ଲକ୍ଷ୍ମୀପୁର ଡିଡି ଘାଟିରେ ‘ଚୁମୁକି ତୁ ପାଣିରେ ବୁଡିବୁ ନାହିଁକି’ ସିନେମାର ସୁଟିଂ ଆରମ୍ଭ

ଲକ୍ଷ୍ମୀପୁର ଡିଡି ଘାଟିରେ ‘ଚୁମୁକି ତୁ ପାଣିରେ ବୁଡିବୁ ନାହିଁକି’ ସିନେମାର ସୁଟିଂ ଆରମ୍ଭ

ଲକ୍ଷ୍ମୀପୁର: କରୋନା ଭଳି ମହାମାରୀ ଯୋଗୁଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଅଧିକ କ୍ଷତି ସହିଥିବା ବେଳେ ବର୍ତ୍ତମାନ କରୋନା କଟକଣା କିଛି ମାତ୍ରାରେ କୋହଳ ହୋଇଥିବା ବେଳେ ନିର୍ଦ୍ଦେଶକମାନେ ଅଧା ସୁଟିଂ ହୋଇଥିବା ସିନେମାଗୁଡ଼ିକ ସମ୍ପୂର୍ଣ୍ଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଏପରି ଏକ ଅଧପନ୍ତରିଆ ହୋଇରହିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଚୁମୁକି ତୁ ପାଣିରେ ବୁଡିବୁ ନାହିଁକି’ ର ସୁଟିଂ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଧରମଧର୍‌ ଘାଟିରେ ସୋମବାର ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରରେ କୋରାପୁଟର ଝିଅ ଉପାସନା ହିରୋଇନ୍‌ ଓ ରାୟଗଡାର ପୁଅ ଶ୍ରେୟାନ୍‌ ହିରୋ ଭୂମିକାରେ ନଜର ଆସୁଛନ୍ତି।

କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଅଧିକାଂଶ ସିନ୍‌ ସୁଟିଂ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ନବେ ପ୍ରତିଶତ କାମ ଶେଷ ହୋଇଥିବା ଜଣାପଡିଛି। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ପ୍ରଡକ୍ସନ ହାଉସ ଭଦ୍ରା ମୋସନ ଷ୍ଟୁଡିଓ ଦ୍ଵାରା ସିନେମାର ସୁଟିଂ କରାଯାଉଥିବା ବେଳେ ଏହାର ନିର୍ଦେଶନା ଦେଇଛନ୍ତି ଗିରିଶ ମହାନ୍ତି।

ଏହି ଚଳଚ୍ଚିତ୍ରଟି ରଜ ସମୟରେ ରିଲିଜ୍‌ ହେବାର ଥିଲା କିନ୍ତୁ କରୋନା କଟକଣା ଯୋଗୁଁ ବଳକା ୧୦ ପ୍ରତିଶତ କାମ ଶେଷ ହୋଇ ପାରି ନଥିଲା। ବର୍ତ୍ତମାନ ଦଶହରାକୁ ଦୃଷ୍ଟିରେ ରଖି ଏହି ସିନେମାର ସୁଟିଂ ଓ ଏଡିଟିଂ କାର୍ଯ୍ୟ ସମାପ୍ତ କରାଯିବ ଓ ସରକାରଙ୍କ ଅନୁମତି ମିଳିଲେ ଦଶହରା ସମୟରେ ରିଲିଜ୍‌ କରାଯିବ ବୋଲି ନିର୍ଦେଶକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

କୋରାପୁଟରୁ ଭୁବନେଶ୍ୱର ଯାତ୍ରା ସମୟରେ କିପରି ହିରୋ ହିରୋଇନଙ୍କ‌ ମଧ୍ୟ ପ୍ରେମ ସଂମ୍ପର୍କ ଗଢି ଉଠେ। ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ୨ ଘଣ୍ଟାରୁ ୨ଘଣ୍ଟା ୧୫ ମିନିଟ୍‌ ମଧ୍ୟରେ ହୋଇପାରେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe