ପରଦାରେ ନିଆରା ଢଙ୍ଗର ସିଗାରେଟ୍‌ ଟାଣିବା ଶୈଳୀ ଏହି  ଅଭିନେତାଙ୍କଠାରୁ ଶିଖିଛନ୍ତି ରଜନୀକାନ୍ତ

Advertisment
ପରଦାରେ ନିଆରା ଢଙ୍ଗର ସିଗାରେଟ୍‌ ଟାଣିବା ଶୈଳୀ ଏହି  ଅଭିନେତାଙ୍କଠାରୁ ଶିଖିଛନ୍ତି ରଜନୀକାନ୍ତ

ମୁମ୍ବାଇ: ତାମିଲ୍‌ନାଡୁରେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ନାଁ ପଡ଼ିଲେ ଲୋକଙ୍କ ଖିଆଲରେ ଆସେ ତାଙ୍କର ଭିନ୍ନ ଭିନ୍ନ ଅନ୍ଦାଜ। ଭିନ୍ନ ଢଙ୍ଗରେ ହାତ ଦେଖାଇବା ହେଉ କିମ୍ବା ସିଗାରେଟ ଟାଣି ଧୂଆଁ କାଢ଼ିବାର ଶୈଳୀ ହେଉ, ସେ ଯେ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଥିବା ଅଭିନେତା ତାହା କାହାକୁ ବା ଅଜଣା! ତେବେ, ପରଦାରେ ରଜନୀକାନ୍ତଙ୍କ ସିଗାରେଟ ଟାଣିବା ଶୈଳୀକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳେ। ଏପରିକି ଗତ ଶୁକ୍ରବାର ରିଲିଜ୍‌ ହୋଇଥିବା ୨.୦ ଚଳଚ୍ଚିତ୍ରରେ ବି ଏହି ନିଆରା ଶୈଳୀ ଦେଖିବାକୁ ମିଳିଛି।

ନିକଟରେ ହୋଇଥିବା ଏକ ସାକ୍ଷାତ୍‌କାରରେ ରଜନୀକାନ୍ତ ତାଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଦର୍ଶକମାନେ ପସନ୍ଦ କରି ଆସୁଥିବା ତାଙ୍କ ସିଗାରେଟ ଟଣା ଦୃଶ୍ୟକୁ ରଜନୀକାନ୍ତ କାହାଠାରୁ ଶିଖିଛନ୍ତି ସେ ସଂପର୍କରେ ସେ କହିଛନ୍ତି।

ରଜନୀକାନ୍ତ କହିଛନ୍ତି କି ‘ଏହି ସିଗାରେଟ୍‌ ଟାଣିବା ଶୈଳୀ ମୁଁ ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କଠାରୁ  ଶିଖିଛି। ମୁଁ ବେଙ୍ଗାଲୁରରେ ଥିବା ସମୟରେ ଏକ ହିନ୍ଦୀ ଚଳଚ୍ଚିତ୍ର ଦେଖୁ ଦେଖୁ ଶତ୍ରୁଘ୍ନ ସିହ୍ନାଙ୍କ ଏହି ଶୈଳୀ ମୋ ଆଖିରେ ପଡ଼ିଲା। ତାହା ମୋତେ ଖୁବ୍‌ ଭଲ ଲାଗିଲା। ସେହି ଶୈଳୀକୁ ଶିଖିବା ପରେ ମୁଁ ନିଜ ଢଙ୍ଗରେ ଟିକେ ମାଜିମୁଜି ଦେଇ ନୂଆ ରକମର ଅନ୍ଦାଜରେ ଉପସ୍ଥାପନା କଲି, ଯାହାକି ଦର୍ଶକଙ୍କୁ ପସନ୍ଦ ଆସିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe