କେବିସିର ହଟ ସିଟରେ ତିନିଜଣ ସାହାସୀ ମହିଳା ଅଧିକାରୀ

ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ 'କୌନ୍ ବନେଗା କରୋଡ଼ପତି' ସିଜିନ୍ ୧୭ର ହଟସିଟରେ ତିନିଜଣ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କମାଣ୍ଡର ପ୍ରେରଣା ଦେଓସ୍ଥଳୀ।

New Project (3)

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ 'କୌନ୍ ବନେଗା କରୋଡ଼ପତି' ସିଜିନ୍ ୧୭ ଆରମ୍ଭ ହୋଇଯାଇଛି।

ସ୍ୱାଧୀନତା ଦିବସରେ କେବିସିର ସ୍ୱତନ୍ତ୍ର ଏପିସୋଡର ଝଲକ ମଧ୍ୟ ସାମ୍ନାକୁ ଆସିଛି। ଏହି ଏପିସୋଡରେ ଅପରେସନ୍ ସିନ୍ଦୂରର ବୀରତ୍ୱପୂର୍ଣ୍ଣ କାହାଣୀ ପ୍ରତିଧ୍ୱନିତ ହେବ । ଭାରତୀୟ ସେନାର ତିନି ଜଣ ସାହାସୀ ମହିଳା ଅଧିକାରୀ ହଟ୍ ସିଟରେ ବସିଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି। 

ସ୍ୱାଧୀନତା ଦିବସରେ ଆସୁଥିବା ଏହି ଏପିସୋଡରେ କର୍ଣ୍ଣେଲ ସୋଫିଆ କୁରେଶୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କମାଣ୍ଡର ପ୍ରେରଣା ଦେବସ୍ଥଳୀ ଅଂଶଗ୍ରହଣ କରିବେ।କେବିସିର ନିର୍ମାତାମାନେ ଏହି ସ୍ୱତନ୍ତ୍ର ଏପିସୋଡର ଏକ ପ୍ରୋମୋ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। 

ଭିଡିଓରେ, ତିନିଜଣ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କମାଣ୍ଡର ପ୍ରେରଣା ଦେଓସ୍ଥଳୀଙ୍କୁ ହଟ୍ ସିଟ୍ ଉପରେ ବସିଥିବାର ଦେଖିବାକୁ ମିଳୁଛି। 

ଏହି ସମୟରେ କର୍ଣ୍ଣେଲ ସୋଫିଆ ଅପରେସନ୍ ସିନ୍ଦୂର କାହିଁକି ଆବଶ୍ୟକ ଥିଲା ତାହା ବ୍ୟାଖ୍ୟା କରି କହିଛନ୍ତି, ‘ପରିସ୍ଥିତି ଏପରି ଉପୁଜିଥିଲା କି ପାକିସ୍ତାନକୁ  କଡ଼ା ଜବାବ ଦେବାର ସମୟ ଆସିଯାଇଥିଲା।  ସେଥିପାଇଁ ଅପରେସନ୍ ସିନ୍ଦୂର ଯୋଜନା କରାଯାଇଥିଲା। ଏହି ଅପରେସନ୍ ବହୁ ସତର୍କତାର ସହିତ କରାଯାଇଥିଲା । କେବଳ ଆମର ଟାର୍ଗେଟକୁ ଧ୍ୱଂସ କରାଯାଇଥିଲା କୌଣସି ସାଧାରଣ ନାଗରିକଙ୍କୁ ଆମ ଅପରେସନ କ୍ଷତି ପହଞ୍ଚାଇ ନଥିଲା। " 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe