IBTimes India
ମୁମ୍ବାଇ: ବିବାହ ସମୟରେ କରୋନା ନିୟମ ନମାନିବା ପଡିଲା ମହଙ୍ଗା | କରୋନା କଟକଣା ନମାନି ବିବାହ କରିଥିବାରୁ ଏବେ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି | ଏପ୍ରିଲ ୨୬ରେ ସେ ହାସ୍ୟ ଅଭିନେତା ସାଙ୍କେତ ଭୋସଲେଙ୍କୁ ବିବାହ କରିଥିଲେ | ବିବାହ ପଞ୍ଜାବର ଫାଗୱାରାରେ ହୋଇଥିବା ବେଳେ ଏକାଧିକ ଲୋକ ବିବାହରେ ସାମିଲ ହୋଇଥିଲେ |
ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବା ପରେ ସୁଗନ୍ଧା ମିଶ୍ର, କନ୍ୟା ପକ୍ଷ, ବିବାହ ହେଉଥିବା ରିସୋର୍ଟର ମାଲିକ ଏବଂ ଯୋଗ ଦେଇଥିବା ଅତିଥିଙ୍କ ବିରୋଧରେ ବୁଧବାର ମାମଲା ରୁଜୁ କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ପୁଲିସ ଉପ ଅଧିକ୍ଷକ ପରମଜିତ୍ ସିଂ |
News Nulledସେ କହିଛନ୍ତି ଯେ, ସରକାରୀ କର୍ମଚାରୀ ତଥା ବିପର୍ଯ୍ୟୟ ପରିଚାଳନା ଆଇନର ପ୍ରଯୁଜ୍ୟ ବିଭାଗ ଦ୍ୱାରା ପ୍ରକାଶିତ ଆଦେଶକୁ ଅବମାନନା କରିବା ସମ୍ବନ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୋଇଛି। ଏବେ ମାମଲାର ତଦନ୍ତ ଚାଲୁଥିବାରୁ କାହାକୁ ଗିରଫ କରାଯାଇନଥିବା ସେ କହିଛନ୍ତି |
Follow Us