ଆସୁଛି ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ୍’

ଆସୁଛି ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ୍’

Amarujala

ଅମିତାଭ ବଚ୍ଚନ ଅଭିନୀତ ‘ଝୁଣ୍ଡ୍’ ମହାମାରୀ କାଳର ସବୁଠାରୁ ପ୍ରତୀକ୍ଷିତ ସିନେମା ମଧ୍ୟରୁ ଗୋଟିଏ। ଏହି କ୍ରୀଡ଼ାଭିତ୍ତିକ ଚଳଚ୍ଚିତ୍ରଟି ଆସନ୍ତା ମାସ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବା ବେଳେ ନିକଟରେ ଏହାର ପ୍ରଥମ ଗୀତ ‘ଆୟା ୟେ ଝୁଣ୍ଡ୍’ ମୁକ୍ତିଲାଭ କରିଛି। ଗୀତଟିକୁ ଟୁଇଟର୍‌ରେ ଛାଡ଼ି ବିଗ୍‌ ବି ଲେଖିଛନ୍ତି ‘ସିଂହମାନଙ୍କର ଝୁଣ୍ଡ୍ ଆସିଯାଇଛି’। ସଂଗୀତ ଲେଖକ-ନିର୍ଦେଶକ ଯୋଡ଼ି ଅଜୟ-ଅତୁଲଙ୍କ ଆକର୍ଷଣୀୟ ସଂଗୀତ ତାଳେ ତାଳେ ଅମିତାଭଙ୍କ ସହ-ଅଭିନେତାମାନଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।

ନାଗପୁରର ବସ୍ତି ପିଲାଙ୍କୁ ନେଇ ଫୁଟ୍‌ବଲ୍‌ ଟିମ୍ ଗଢ଼ିଥିବା ବିଜୟ ବାର୍ସେଙ୍କ କାହାଣୀ ଉପରେ ‘ଝୁଣ୍ଡ୍’ ଆଧାରିତ। ଅମିତାଭ ଏଥିରେ ବସ୍ତି ପିଲାଙ୍କ ପ୍ରଶିକ୍ଷକ ରୂପରେ ଦେଖାଦେବେ। ଚର୍ଚ୍ଚିତ ମରାଠୀ ସିନେମା ନିର୍ମାତା ନାଗରାଜ ପୋପଟରାଓ ମଞ୍ଜୁଳେଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ରରେ ଅମିତାଭଙ୍କ ଅଭିନୟର ଜାଦୁ ଦେଖିବା ପାଇଁ ସିନେପ୍ରେମୀ ମାର୍ଚ୍ଚ ୪ ତାରିଖକୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe