ଜମି ଜବରଦଖଲ କରି ଟଙ୍କା ଆୟ କରୁଥିବାରୁ ନାଗାର୍ଜୁନଙ୍କ ବିରୋଧରେ ରୁଜୁ ହେଲା ଏତଲା

Advertisment

ଜମି ଜବରଦଖଲ କରି ଟଙ୍କା ଆୟ କରୁଥିବାରୁ ନାଗାର୍ଜୁନଙ୍କ ବିରୋଧରେ ରୁଜୁ ହେଲା ଏତଲା । ଏନଜିଓର ସଭାପତି କାସିରେଡି ଭାସ୍କର ରେଡ୍ଡୀ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାଯାଇଛି।

ଜମି ଜବରଦଖଲ କରି ଟଙ୍କା ଆୟ କରୁଥିବାରୁ ନାଗାର୍ଜୁନଙ୍କ ବିରୋଧରେ ରୁଜୁ ହେଲା ଏତଲା । ଏନଜିଓର ସଭାପତି କାସିରେଡି ଭାସ୍କର ରେଡ୍ଡୀ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାଯାଇଛି।

Nagarjuna

ହାଇଦ୍ରାବାଦ: ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିବାଦୀୟ ବୟାନ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ନାଗାର୍ଜୁନ। ଜବରଦଖଲ ହୋଇଥିବା ଜମିରେ ଏନ-କନଭେନସନ ସେଣ୍ଟର ହୋଇଥିବାରୁ କେଟିଆର, ନାଗାର୍ଜୁନଙ୍କୁ ଧମକ ଦେଇଥି‌ଲେ ଯେ, ଯଦି ଭାଙ୍ଗିବାକୁ ଚାହୁଁନାହଁ ତେବେ ମୋ ପାଖକୁ ସାମନ୍ଥାଙ୍କୁ ପଠାଅ। ନିଜ କନଭେନସନ ସେଣ୍ଟର ବଞ୍ଚାଇବାକୁ ନାଗାର୍ଜୁନ, ସାମନ୍ଥାଙ୍କୁ କେଟିଆରଙ୍କ କଥା ମାନି ତାଙ୍କ ପାଖକୁ ଯିବାକୁ କହିଥିଲେ। ହେଲେ ସାମନ୍ଥା ରାଜି ହୋଇନଥିଲେ। ଏହି କାରଣରୁ ସାମନ୍ଥା ଓ ଚୈତନ୍ୟଙ୍କ ଛଡ଼ପତ୍ର ହୋଇଥିଲା ବୋଲି କହିଥିଲେ ସୁରେଖା।

ଏହାକୁ ମିଛ ବୋଲି କହି ଆସୁଥିବା ନାଗାର୍ଜୁନଙ୍କ ବିରୋଧରେ ଏବେ ଜମି ଜବରଦଖଲ ନେଇ ଏତଲା ରୁଜୁ ହୋଇଥିବା ଜଣାଯାଇଛି। ଏନଜିଓ ଜନମ କୋସମ ମନସାକ୍ଷୀ ଫାଉଣ୍ଡେସନର ସଭାପତି କାସିରେଡି ଭାସ୍କର ରେଡ୍ଡୀ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ, ଜମି ଜବରଦଖଲ କରି ସେଠାରେ ଏନ-କନଭେନସନ ସେଣ୍ଟର କରିଛନ୍ତି ନାଗାର୍ଜୁନ। ଅନେକ ବର୍ଷ ହେଲାଣି ସେ ଜବରଦଖଲ ହୋଇଥିବା ଏହି ଜମିରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଏଭଳି ଅପରାଧ ପାଇଁ ତାଙ୍କୁ ଗିରଫ କରାଯିବା ଉଚିତ୍।

ଏଭଳି ଆ‌ରୋପ ଲାଗିଥିବା ବେ‌ଳେ ଏପର୍ଯ୍ୟନ୍ତ ନାଗାର୍ଜୁନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe