ଫସିଲେ ପ୍ରଯୋଜିକା ଏକତା କପୁର ଏବଂ ତାଙ୍କ ମା' ଶୋଭା କପୁର

Advertisment

ଫସିଲେ ପ୍ରଯୋଜିକା ଏକତା କପୁର ଏବଂ ତାଙ୍କ ମା' ଶୋଭା କପୁର | ‘ଅଲ୍ଟ ବାଲାଜୀ’ରେ ପ୍ରସାରିତ ହୋଇଥିବା ‘ଗନ୍ଦୀ ବାତ’ର ସିଜିନ-୬ରେ ନାବାଳିକାମାନଙ୍କ ଅଶ୍ଳୀଳ ଦୃଶ୍ୟ ଦେଖାଇଥିବା ଅଭିଯୋଗ ହୋଇଛି |

ଫସିଲେ ପ୍ରଯୋଜିକା ଏକତା କପୁର ଏବଂ ତାଙ୍କ ମା' ଶୋଭା କପୁର | ‘ଅଲ୍ଟ ବାଲାଜୀ’ରେ ପ୍ରସାରିତ ହୋଇଥିବା ‘ଗନ୍ଦୀ ବାତ’ର ସିଜିନ-୬ରେ ନାବାଳିକାମାନଙ୍କ ଅଶ୍ଳୀଳ ଦୃଶ୍ୟ ଦେଖାଇଥିବା ଅଭିଯୋଗ ହୋଇଛି |

ektak

ମୁମ୍ବାଇ: ଫସିଲେ ପ୍ରଯୋଜିକା ଏକତା କପୁର ଏବଂ ତାଙ୍କ ମା' ଶୋଭା କପୁର | ଦୁହିଁଙ୍କ ବିରୋଧରେ ରୁଜୁ ହେଲା ଏତଲା। ଉଭୟ ମା' ଓ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଯୁବକ। ଓଟିଟି ପ୍ଲାଟଫର୍ମ ‘ଅଲ୍ଟ ବାଲାଜୀ’ରେ ପ୍ରସାରିତ ହୋଇଥିବା ୱେବ୍ ସିରିଜ୍ ‘ଗନ୍ଦୀ ବାତ’ର ସିଜିନ-୬କୁ ନେଇ ପୋକସୋ ଆକ୍ଟ ଅନୁଯାୟୀ ଏକତା କପୁର ଏବଂ ଶୋଭା କପୁରଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ନିର୍ମାତା ଏକତା କପୁର ଏବଂ ତାଙ୍କ ମା' ଶୋଭା କପୁର ‘ଗନ୍ଦୀ ବାତ’ର ସିଜିନ-୬ର ଏକ ଅଧ୍ୟାୟରେ ନାବାଳିକାଙ୍କ ଅଶ୍ଳୀଳ ଦୃଶ୍ୟ ଦେଖାଇଥିଲେ | ଫେବ୍ରୁଆରି ୨୦୨୧ରୁ ଏପ୍ରିଲ ୨୦୨୧ ମଧ୍ୟରେ ‘ଅଲ୍ଟ ବାଲାଜୀ’ରେ ପ୍ରସାରିତ ହୋଇଥିବା ଏହି ସିରିଜରେ ନାବାଳିକାମାନଙ୍କ ଅଶ୍ଳୀଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ସହ ସିଗାରେଟ୍ ବିଜ୍ଞାପନ ବ୍ୟବହାର କରି ମହାପୁରୁଷ ଏବଂ ସାଧୁମାନଙ୍କୁ ଅପମାନିତ କରାଯାଇଥିଲା। ଏହା ଦେଖି ଅଭିଯୋଗକାରୀଙ୍କ ଭାବନା ଆହତ ହେବାରୁ ସେ ଅଭିଯୋଗ କରିଛନ୍ତି । ତେବେ ଏହି ବିବାଦୀୟ ଅଧ୍ୟାୟ ବର୍ତ୍ତମାନ ଆପରେ ଷ୍ଟ୍ରିମିଂ ହେଉନାହିଁ |

ଅନ୍ୟପକ୍ଷରେ, ଏଭଳି ବିବାଦୀୟ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ ଏକତା ବା ତାଙ୍କ ମା'ଙ୍କ ପ୍ରତିକ୍ରିୟା ଆସିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe