Hindustan Times
ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ବାଣୀ କପୁର ନିଜର ଫିଲ୍ମ ୱାରର ସଫଳତା ପାଇଁ ଚର୍ଚ୍ଚାରେ ରହିଥିଲେ। ଯାହା ପରେ ପରେ ସେ ପିନ୍ଧିଥିବା ପୋଷାକକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଦେଖାଯାଇଥିଲା। ପୋଷାକରେ ଭଗବାନ ରାମଙ୍କ ନାଁ ଲେଖାଥିବାର ଏକ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିବା ପରେ ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏଭଳି କରି ବାଣୀ ଭଗବାନ ରାମଙ୍କୁ ଅପମାନିତ କରିଛନ୍ତି ବୋଲି ଲୋକେ କହିବା ସହ ଏବେ ତାଙ୍କ ବିରୋଧରେ ଏତଲା ଲେଖାଯାଇଥିବା ଜଣା ପଡ଼ିଛି।
ମୁମ୍ବାଇର ଜଣେ ବାସିନ୍ଦା ଏନଏମ୍ ଯୋଶୀ ମାର୍ଗ ପୁଲିସ ଷ୍ଟେସନ ଓ ମୁମ୍ବାଇ ପୁଲିସ କମିସନରରେ ଅଭିଯୋଗ କରିଥିବା ଜଣା ପଡ଼ିଛି। ବାଣୀ ନିଜ ପୋଷାକ ଦ୍ବାରା ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଥିବା ଅଭିଯୋଗରେ କୁହାଯାଇଛି। ଏହା ସହ ଏଭଳି ଅଶ୍ଳୀଳ ପୋଷାକରେ ରାମଙ୍କ ନାଁ ଲେଖାଥିବା ପୋଷାକ ପିନ୍ଧି ନିଜର ଇନଷ୍ଟାଗ୍ରାମରେ ଫଟୋ ଛାଡ଼ିବା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ଭୁଲ ପାଇଁ ବାଣୀଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ଅଭିଯୋଗରେ କୁହାଯାଇଛି।
Follow Us