କୋଭିଡ୍‌-୧୯ ପରିସ୍ଥିତିରେ ବାପାମାଆଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ଜାକ୍‌ଲିନ୍‌

କୋଭିଡ୍‌-୧୯ ପରିସ୍ଥିତିରେ ବାପାମାଆଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ଜାକ୍‌ଲିନ୍‌

Republic World

ମୁମ୍ବାଇ: ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା କାରଣରୁ ଅନେକ ନିଜ ନିଜ ପରିବାରକୁ ଭେଟିବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅନ୍ୟତମ। ସେ ମଧ୍ୟ ଏହି ସମୟରେ ନିଜ ପରିବାରଠାରୁ ଦୂରରେ ରହି ସେମାନଙ୍କୁ ମନେ ପକାଉଛନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଦେଇ ଜ୍ୟାକ୍‌ କହନ୍ତି କି ଏହି କରୋନା ଭାଇରସ୍‌ ପରିସ୍ଥିତିରେ ସେ ନିଜ ବାପାମାଆଙ୍କୁ ନେଇ ଟିକେ ଚିନ୍ତିତ ଅଛନ୍ତି।

ସେ କହିଛନ୍ତି କି ‘ ଏହି କରୋନା ଭାଇରସ୍‌ ପରିସ୍ଥିତିରେ କାସ୍‌ ମୁଁ ମୋ ବାପାମାଆଙ୍କ ସହ ଥାଆନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁଁ ଚିନ୍ତିତ। ସେମାନେ କିପରି ଅଛନ୍ତି ସେହି ଚିନ୍ତା ସଦା ମୋତେ ଲାଗି ରହୁଛି। କିନ୍ତୁ ମଜାର କଥା ହେଉଛି ସେମାନେ ମୋତେ ନେଇ ଚିନ୍ତିତ।’

ଜାକ୍‌ଲିନ୍‌ଙ୍କ ବାପାମାଆ ଏବେ ବାହାରେନ୍‌ରେ ରହୁଛନ୍ତି। ସେ ଆହୁରି ବି କହିଛନ୍ତି କି ତାଙ୍କ ଭଉଣୀ ଉତ୍ତର କରୋଲିନାରେ ରହୁଛନ୍ତି। ସେଠାରେ  ସୁପର ମାର୍କେଟ ବନ୍ଦ ଥିବା କାରଣରୁ ସେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜାକ୍‌ଲିନ୍‌ କହିଛନ୍ତି। ଜାକ୍‌ଲିନ୍‌ଙ୍କ ଭାଇ ଅଷ୍ଟ୍ରେଲିଆରେ ରହୁଛନ୍ତି।

ଜାକ୍‌ଲିନ୍‌ ନିକଟରେ ‘ବାଦ୍‌ଶାହ’ ଚଳଚ୍ଚିତ୍ରର ‘ଗେନ୍ଦା ଫୁଲ୍‌...’ ଗୀତରେ ନଜର ଆସିଛନ୍ତି। ଗୀତଟି ୟୁଟ୍ୟୁବ୍‌ ଓ ସୋସିଆଲ୍‌ ମିଡିଆରେ ବହୁ ଲୋକପ୍ରିୟତା ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe