ଚଳଚ୍ଚିତ୍ର ‘ଦମନ’ ଟିମ୍‌କୁ ସମ୍ବର୍ଦ୍ଧନା

Advertisment
ଚଳଚ୍ଚିତ୍ର ‘ଦମନ’ ଟିମ୍‌କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ହିନ୍ଦୀ ଭାଷାରେ ଡବିଂ ହେବା ପରେ ଏହାକୁ ସାରା ଦେଶରେ ପାଖାପାଖି ୫୦୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ସୁଯୋଗ ମିଳିଛି। ଓଡ଼ିଆ ସିନେମାରେ ଓଡ଼ିଆତ୍ବ ନାହିଁ କହି ଓଡ଼ିଆ ଦର୍ଶକ ମୁହଁ ଫେରେଇ ନେଉଛନ୍ତି ବୋଲି କୁହାଯାଉଥିବା ବେଳେ ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବେଶ୍ ଆଦୃତ ହୋଇଛି। ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ତାହା ଏଥିରେ ପ୍ରତିଫଳିତ ହୋଇଛି।

ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍। ଏବେ ରାସେଶ୍ୱରୀ ଫିଲ୍ମସ୍‌ର ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା, ‘ଦମନ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ପ୍ରଚାର ତଥା ବ୍ୟାବସାୟିକ ମୁଖ୍ୟ ସମ୍ବିତ ଜେନାଙ୍କୁ ଏକ ବିଶେଷ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ଆଉ ଏକ
ମୌଳିକ କାହାଣୀକୁ ନେଇ ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି ପ୍ରଯୋଜକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe