ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ଅଭିନେତାମାନେ ଏବେ ତୈଳ ଦର ବୃଦ୍ଧି ନେଇ ନିରବ ରହିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଶିଳ୍ପନଗରୀରୁ ସେମାନଙ୍କ ସୁଟିଂ ବନ୍ଦ କରିବା ପାଇଁ ଧମକ ଦେଇଛି। ଏପରିକି ଯଦି ସେମାନେ ଅଭିନୟ କରନ୍ତି, ସେମାନଙ୍କ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରାଇଦିଆଯିବନି ବୋଲି ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି। ବିଶେଷ କରି ବିଗ ବି’ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଟାର୍ଗେଟ୍ କରାଯାଇଛି। ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପଟେଲଙ୍କ କହିଛନ୍ତି, ତୈଳଦର ବୃଦ୍ଧି ପ୍ରସଙ୍ଗରେ ଏହି ଦୁଇ ଅଭିନେତା କେନ୍ଦ୍ର ସରକାରଙ୍କୁ କଡ଼ା ବିରୋଧ କରୁଥିଲେ। ମାତ୍ର ତେଲ ଦର ଲଗାମହୀନ ହେବା ଯୋଗୁଁ ସାଧାରଣ ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଅପରପକ୍ଷରେ ବିଜେପି ଏହି ଅଭିନେତାମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛି। ରାଜ୍ୟ ବିଜେପି ନେତା ସୁଧୀର ମୁଙ୍ଗନ୍ତିୱାର କଂଗ୍ରେସକୁ ଏକଛତ୍ରବାଦୀ କହିବା ସହିତ ଦଳ କେବଳ ଲୋକଦେଖାଣିଆ ପାଇଁ ଗଣତନ୍ତ୍ରର ମାସ୍କ ପିନ୍ଧିଛି ବୋଲି କହିଛନ୍ତି।
ଅମିତାଭ ଓ ଅକ୍ଷୟଙ୍କ ଚଳଚ୍ଚିତ୍ର ବନ୍ଦ କରିବାକୁ କଂଗ୍ରେସର ଧମକ
Advertisment
Follow Us