ଜାକଲିନଙ୍କ ମନ କିଣିବା ପାଇଁ ୫୦୦କୋଟିର ସୁପରହିରୋ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ ସୁକେଶ

Advertisment
ଜାକଲିନଙ୍କ ମନ କିଣିବା ପାଇଁ ୫୦୦କୋଟିର ସୁପରହିରୋ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ ସୁକେଶ

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ଘଟଣା ଉପରୁ ପରଦା ହଟିଥିଲା। ସୁକେଶଙ୍କଠାରୁ ଜାକଲିନ ଅନେକ ଦାମୀ ଉପହାର ନେଇଥିବା କଥା ଇଡି ସ୍ପଷ୍ଟ କରିଥିବା ବେଳେ ଏବେ ଆଉ ଏକ ଖବରକୁ ନେଇ ଖୁବ ଚର୍ଚ୍ଚା ହେଉଛି।

ଜାକଲିନଙ୍କୁ ଖୁସି କରାଇବା ପାଇଁ ସୁକେଶ ୩ଟି ଭାଗରେ ମହିଳା ସୁପରହିରୋ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ, ଯାହାର ବଜେଟ ୫୦୦କୋଟି ରଖାଯାଇଥିବା ସୂଚନା ମିଳିଛି। ଜାକଲିନଙ୍କୁ ନିଜ ପ୍ରେମ ଜାଲରେ ଫସାଇବାକୁ ସୁକେଶ ଅନେକ ଫିଲ୍ମ ତିଆରି କରିବାକୁ ପ୍ରତିଶ୍ରୁତି ଦେବା ସହ ତାଙ୍କୁ ଉପହାର ଉପରେ ଉପହାର ଦେଉଥିଲେ।

publive-image indiatoday

ମିଳିଥିବା ସୂଚନା ମୁତାବକ, ସୁକେଶ ବହୁତ ଭଲ ଭାବରେ ଜାଣିଥିଲେ ଯେ ଜାକଲିନ ବଲିଉଡରେ କାମ ଖୋଜୁଥିଲେ। ତାଙ୍କ ପାଖକୁ ଅଧିକ ଫିଲ୍ମ ଆସୁନଥିଲା। ଏହାର ଫାଇଦା ଉଠାଇ ସୁକେଶ ଜାକଲିନଙ୍କୁ ନେଇ ୫୦୦କୋଟିର ମହିଳା ସୁପରହିରୋ ଫିଲ୍ମ ନିର୍ମାଣ କରିବେ ବୋଲି କହିଥିଲେ। ଏହା ସହ ସେ ଜାକଲିନଙ୍କୁ କହିଥିଲେ ଯେ, ସେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଅଟନ୍ତି ଏବଂ ସେ ସୁପରହିରୋ ଭଳି ଫିଲ୍ମରେ କାମ କରିବାକୁ ଯୋଗ୍ୟ। ପ୍ରଥମେ ଜାକଲିନ ଏହାକୁ ବିଶ୍ବାସ କରୁନଥିଲେ ବି ପରେ ସେ ସୁକେଶଙ୍କ କଥାକୁ ବିଶ୍ବାସ କରିବା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe