ଜନହିତରେ ଜାରି

Advertisment
ଜନହିତରେ ଜାରି

Filmfare.com

ରାଜ ସାଣ୍ଡିଲ୍ୟ ନିର୍ମାଣ କରିବାକୁ ଯାଉଥିବା ଚଳଚ୍ଚିତ୍ର ‘ଜନହିତ ମେ ଜାରି’ରେ ଅଭିନେତ୍ରୀ ନୁସରତ ଭରୁଚା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଏଥିରେ ନୁସରତ୍‌ଙ୍କ ଦାୟିତ୍ବ କ’ଣ ଜାଣନ୍ତି? ହଁ ନୁସରତ ‘କଣ୍ଡୋମ୍’ ପ୍ରସ୍ତୁତକାରୀ କମ୍ପାନିର ସେଲ୍‌ସ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଭୂମିକା ନିର୍ବାହ କରିବେ। କେବଳ କାର୍ଯ୍ୟାଳୟ ଭିତରେ ନୁହେଁ, ‘କଣ୍ଡୋମ୍‌’ର ଚାହିଦା ବୃଦ୍ଧି କରିବାକୁ ନୁସରତଙ୍କୁ ବିଭିନ୍ନ ଅଞ୍ଚଳରେ ଥିବା ମେଡିକାଲ୍‌ ଷ୍ଟୋର ଏବଂ ଜନବସତିରେ ଯାଇ କଣ୍ଡୋମ୍‌ର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ‘ଡ୍ରିମ୍‌ଗାର୍ଲ’ରୁ ‘ଛଲଙ୍ଗ୍’ ଓ ‘ଅଜିବ୍ ଦାସ୍ତାନ୍ସ’ ଆଦି ଚଳଚ୍ଚିତ୍ରରେ ଯେଉଁ ଭୂମିକାରେ ନୁସରତ ଦର୍ଶକଙ୍କ ନଜରକୁ ଆସିଛନ୍ତି, ଦର୍ଶକେ ତାଙ୍କ ନିପୁଣ ଅଭିନୟ ଦେଖି ଫିଦା ହେଇଛନ୍ତି।

‘ଜନହିତ ମେ ଜାରି’ରେ ନୁସରତଙ୍କ ବ୍ୟତୀତ ଅମାୟରା ଦସ୍ତୁର ଓ ରବି କିଷନଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ସେପାଖେ ଆର୍‌ଏସ୍‌ଭିପି ନିର୍ମାଣ କରୁଥିବା ‘କଣ୍ଡୋମ୍’ ବିଷୟକ ଚଳଚ୍ଚିତ୍ରରେ ଅଭିନେତ୍ରୀ ରାକୁଲ ପ୍ରୀତ୍ ସିଂହ ଜଣେ କଣ୍ଡୋମ୍ ଟେଷ୍ଟର୍‌ ଭାବେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ପ୍ରଥମେ ଏହାର ଶୀର୍ଷକ ‘ଛତ୍ରିୱାଲୀ’ ବୋଲି ଶୁଣାଯାଉଥିଲା, ହେଲେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ଟାଇଟଲ୍‌ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଦେଖାଯାଉ ‘କଣ୍ଡୋମ୍’କୁ ନେଇ ନୁସରତ ଓ ରାକୁଲପ୍ରୀତଙ୍କ ଭିତରୁ କିଏ ବାଜି ଜିତୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe