ଗଣମାଧ୍ୟମରେ ଚହଳ ପକାଇଥିବା ବଲିଉଡ୍‌ର ଚର୍ଚ୍ଚିତ ଚୁମ୍ବନ, ଏହି ଯୋଡ଼ିମାନେ ଭୁଲି ଥିଲେ ନିଜ ସୀମା

ଗଣମାଧ୍ୟମରେ ଚହଳ ପକାଇଥିବା ବଲିଉଡ୍‌ର ଚର୍ଚ୍ଚିତ ଚୁମ୍ବନ, ଏହି ଯୋଡ଼ିମାନେ ଭୁଲି ଥିଲେ ନିଜ ସୀମା

ଏହି ଚର୍ଚ୍ଚିତ ଚୁମ୍ବନ ଯୋଡ଼ି ମଧ୍ୟରେ ରହିଛନ୍ତି କରୀନା କପୁର୍‌ ଏବଂ ବିପାଶା ବସୁ । ବାନ୍ଦ୍ରାରେ କୁର୍ଲା କମ୍ପଲେକ୍ସରେ ଏକ ଫିଲ୍ମ ଆଓ୍ଵାର୍ଡ ଉତ୍ସବରେ ଦୁହେଁ ଦୁହିଁଙ୍କୁ ଓଠରେ ଚୁମ୍ବନ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ।

publive-image

କରୀନା ବିପାଶାଙ୍କ ପରି ଚର୍ଚ୍ଚାରେ ରହିଥିବା ଆଉ ଦୁଇ ପରିଚତ ବ୍ୟକ୍ତି ହେଉଛନ୍ତି ଅଭିନେତା ଧର୍ମେନ୍ଦ୍ର ଏବଂ ରାଜନେତା ତଥା ଓକିଲ ରାମ ଜେଠମାଲାନି। ରାମ ଜେଠମାଲାନିଙ୍କ ଜନ୍ମଦିନ ଉତ୍ସବରେ ଧର୍ମେନ୍ଦ୍ର ତାଙ୍କ ଓଠକୁ ଚୁମା ଦେଇ ଚର୍ଚ୍ଚା ପାଲଟିଥିଲେ। ଏହି ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

publive-image

ସେହିପରି ଅଭିନେତ୍ରୀ ବୀନା ମଲ୍ଲିକ୍‌ଙ୍କ ଜନ୍ମଦିନ ଉତ୍ସବରେ ‘ଡାଲ୍‌ ମେ କୁଛ୍‌ କାଲା ହୈ’ ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ଭାବେ ଅଭିନୟ କରିଥିବା ପାକିସ୍ତାନୀ ନାୟିକା ତାଙ୍କୁ ଲିପ୍‌ ଲକ୍‌ ଚୁମା ଦେଇ ଚର୍ଚ୍ଚା ପାଲଟିଥିଲେ।

publive-image

ବିଗ୍‌ ବି ଅମିତାଭ ବଚ୍ଚନ ଓ ପତ୍ନୀ ଜୟା କେବେ ହେଲେ ସର୍ବସାଧାରଣରେ ନିଜ ସୀମା ଭୁଲନ୍ତି ନାହିଁ। ମାତ୍ର ଏକ ଆଓ୍ଵାର୍ଡ ଉତ୍ସବରେ ସେ ଦୁହେଁ ପରସ୍ପରଙ୍କୁ ଲିପ୍‌ କିସ୍‌ କରିଥିବାର ଏକ ଫଟୋ ବେଶ୍‌ ଚର୍ଚ୍ଚା ପାଲଟିଥିଲା।

publive-image

ଏଡସ୍‌ ଉପରେ ହେଉଥିବା ଏକ ସଚେତନତାମୂଳକ କାର୍ଯ୍ୟକ୍ରମରେ ସର୍ବସାଧାରଣରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଆମେରିକୀୟ ଅଭିନେତା ରିଚାର୍ଡ ଗେରେ ଦେଇଥିବା ଚୁମ୍ବନ ଚର୍ଚ୍ଚା ପାଲଟିଥିଲା।

publive-image

ଏମାନଙ୍କ ବ୍ୟତୀତ ଏହି ଚର୍ଚ୍ଚିତ ଚୁମ୍ବନ ଯୋଡ଼ିଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଇବ୍ରହିମ୍‌-ବିପାଶା ବସୁ, ବିଦ୍ୟା ବାଲାନ-ରାଣୀ ମୁଖାର୍ଜୀ, ଦୀପିକା ପାଦୁକୋନ-ସଞ୍ଜୟ ଲୀଲା ଭଂସାଲୀ, ଇଲିୟାନା ଡିକ୍ରୋଜ-ରଣବୀର କପୁର୍‌, ନର୍ଗିସ ଫକ୍‌ରି-ରଣବୀର କପୁର୍‌, ଶାହାରୁଖ ଖାନ୍‌-ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ-ରଣବୀର ସିଂହ, ଇମ୍ରାନ ଖାନ୍‌-ରଣବୀର କପୁର୍‌ ଏବଂ ଶକ୍ତି କପୁର୍‌-ବୀନା ମଲ୍ଲିକ୍‌।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe