ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ମୋତେ ଖରାପ ହିନ୍ଦୀ ଫିଲ୍ମ କରିବାରୁ ରକ୍ଷା କରିଛି: ସୋନୁ ସୁଦ

Advertisment
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ମୋତେ ଖରାପ ହିନ୍ଦୀ ଫିଲ୍ମ କରିବାରୁ ରକ୍ଷା କରିଛି: ସୋନୁ ସୁଦ

ମୁମ୍ବାଇ: ହିନ୍ଦୀ ଫିଲ୍ମକୁ ନେଇ ବିବାଦୀୟ ବୟାନ ଦେଲେ ଅଭିନେତା ସୋନୁ ସୁଦ। ଗତ କିଛି ଦିନ ହେଲାଣି ଦର୍ଶକ ବଲିଉଡ ଫିଲ୍ମ ଦେଖିବାକୁ ବିଶେଷ ପସନ୍ଦ କରୁନଥିବା ସହ ତାମିଲ ଓ ତେଲୁଗୁ ଫିଲ୍ମ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ଫିଲ୍ମରେ ଭଲ କାହାଣୀ ରହୁନଥିବାରୁ ଦର୍ଶକ ଫିଲ୍ମ ଦେଖିବାକୁ ପସନ୍ଦ କରୁନଥିବା କହୁଛନ୍ତି। ଏମଧ୍ୟରେ ହିନ୍ଦୀ ଫିଲ୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଅଭିନେତା ସୋନୁ ସୁଦ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିବା ଦ୍ବାରା ସେ ଖରାପ ହିନ୍ଦୀ ଫିଲ୍ମଠାରୁ ଦୂରେଇ ରହିଥାନ୍ତି ବୋଲି କହିଛନ୍ତି ସୋନୁ ସୁଦ୍।

ସୋନୁ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ଦକ୍ଷିଣ ଚଳଚ୍ଚିତ୍ରରେ ମଧ୍ୟ କାମ କରନ୍ତି। ସୋନୁ ତାମିଲ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ପରେ ସେ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଥିଲେ। ଏହା ପରେ ସୋନୁ ହିନ୍ଦୀ ଚଳଚ୍ଚିତ୍ରରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୦୨ ମସିହାରେ ସୋନୁ ଶହିଦ-ଏ-ଆଜମ ଫିଲ୍ମ ସହ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସୋନୁଙ୍କର ଅନେକ ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ, ଯେଉଁଥିରେ ଉଭୟ ହିନ୍ଦୀ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଏହି ସମୟରେ ସୋନୁ ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରକୁ ନେଇ ଦେଇଥିବା ବୟାନର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ସୋନୁ କହିଛନ୍ତି, 'ଫିଲ୍ମଟି ତାମିଲ, ତେଲୁଗୁ କିମ୍ବା ହିନ୍ଦୀ ଭାଷାରେ ହେଉ ନା କାହିଁକି, ସର୍ବପ୍ରଥମେ ମୁଁ ମୋ ଫିଲ୍ମର ସ୍କ୍ରିପ୍ଟକୁ ପ୍ରାଧାନ୍ୟ ଦିଏ। ଦକ୍ଷିଣ ଚଳଚ୍ଚିତ୍ର ମୋତେ ଖରାପ ହିନ୍ଦୀ ଚଳଚ୍ଚିତ୍ର କରିବାରୁ ରକ୍ଷା କରିଥାଏ। ବେଳେବେଳେ ଏଭଳି ସମୟ ଆସେ ଯେତେବେଳେ ଆମେ ନଚାହିଁ ବି କେବଳ ବଡ଼ ବଜେଟର ଫିଲ୍ମରେ ରହିବା ପାଇଁ କାମ କରିଥାଉ। ତେଣୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ମୋତେ ଏଥିରୁ ଦୂରେଇ ରଖେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe