‘ବାରଙ୍ଗ-୧୯୯୯’ର ପୋଷ୍ଟର ରିଲିଜ୍‌ ପରେ ମୁଣ୍ଡ ଟେକିଲା ବିବାଦ

Advertisment
‘ବାରଙ୍ଗ-୧୯୯୯’ର ପୋଷ୍ଟର ରିଲିଜ୍‌ ପରେ ମୁଣ୍ଡ ଟେକିଲା ବିବାଦ

ଭୁବନେଶ୍ବର : ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ ବ୍ୟାନର୍‌ରେ ନିର୍ମିତ ହେଉଥିବା ୱେବ୍‌ସିରିଜ୍‌ ‘ବାରଙ୍ଗ-୧୯୯୯’କୁ ନେଇ ବିବାଦ ମୁଣ୍ଡ ଟେକିଛି। ଅକ୍ଷୟ ପରିଜାଙ୍କ ପ୍ରଯୋଜନା‌ରେ ନିର୍ମିତ ହେଉଥିବା ଏହି ୱେବ୍‌ସିରିଜ୍‌ର ପୋଷ୍ଟର୍‌ ଗତକାଲି ମୁକ୍ତିଲାଭ କରିବା ପରେ ଅଞ୍ଜନା ମିଶ୍ର ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ମୋ ବିନା ଅନୁମତିରେ କିମ୍ବା ମୋ ସହ ଆଲୋଚନା କରାନ ଯାଇ, ମୋ ଜୀବନୀକୁ ନେଇ ୱେବ୍‌ସିରିଜ୍‌ କରାଯାଉଛି। ଏହାକୁ ଶୀଘ୍ର ବନ୍ଦ କରାନଗଲେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।

ମୋ ଅନୁମତି ନନେଇ ଚଳଚ୍ଚିତ୍ର ନିର୍ମାଣ ହେଉଛି : ଅଞ୍ଜନା ମିଶ୍ର
କାହା ଜୀବନୀକୁ ନେଇ ଏ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇନାହିଁ: ଅକ୍ଷୟ ପରିଜା

ଅପରପକ୍ଷେ ଅଞ୍ଜନାଙ୍କ ଅଭିଯୋଗକୁ ପ୍ରଯୋଜକ ଶ୍ରୀ ପରିଜା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ନିର୍ମିତ ହେଉଥିବା ଏହି ୱେବ୍‌ସିରିଜ୍‌ ସହ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର କୌଣସି ସଂପର୍କ ନାହିଁ। ଯଦି ଆମେ ଆତ୍ମଜୀବନୀକୁ ନେଇ ୱେବ୍‌ସିରିଜ୍‌ ନିର୍ମାଣ କରିଥା’ନ୍ତୁ, ତେବେ ଅନୁମତି ନେବାର ଆବଶ୍ୟକତା ରହିଥା’ନ୍ତା। କିନ୍ତୁ ଏହା ଏକ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ। ଏଥିରେ ଓଡ଼ିଶାକୁ ବଡ଼ ଦେଖାଇବା ପାଇଁ ଚେଷ୍ଟା କରାଯାଇଛି। ଓଡ଼ିଶା ପୁଲିସ୍‌ ଓ ଆଇନକାନୁନ ବ୍ୟବସ୍ଥା କିଭଳି ସୁଦୃଢ଼ ଏବଂ ଏଥିପ୍ରତି ଲୋକଙ୍କ ବିଶ୍ବାସ ରହିବାର ଆବଶ୍ୟକତା ରହିଛି ବୋଲି ଆମେ ଏ ୱେବ୍‌ସିରିଜ୍‌ରେ ଦେଖାଇବା ପାଇଁ ଚେଷ୍ଟା କରିଛୁ। ମୁକ୍ତିଲାଭ କରିବା ପରେ ଯଦି କାହାକୁ ଲାଗେ, ଯେ ଏହା କାହାର ବ୍ୟକ୍ତିଗତ ଜୀବନୀ ଉପରେ ପର୍ଯ୍ୟବସିତ ହୋଇଛି, ତେବେ ସେ ଆଇନର ଆଶ୍ରୟ ନେଇପାରିବେ। ଆମେ କୋର୍ଟରେ ନିଜ ପକ୍ଷ ରଖିବୁ। କିନ୍ତୁ ଏବେଠୁ ଏହା ଉପରେ କେହି ଅଯଥାରେ କୌଣସି ଟିପ୍ପଣୀ ଦିଅନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe