ନୂଆଦିଲ୍ଲୀ: ଦିନକୁଦିନ ଅନେକ ବଲିଉଡ ଚଳଚ୍ଚିତ୍ର ସିନେମାହଲରେ ମୁକ୍ତିଲାଭ କରୁଛି। ଏଥିସହିତ ଅନେକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ମଧ୍ୟ ଘୋଷଣା ହେଉଛି। ଏହାରି ଭିତରେ ସଲମାନ ଖାନ ଏବଂ ଶାହନାଜ ଗିଲଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ' ବେଶ ଚର୍ଚ୍ଚାରେ ଅଛି। ସଲମାନ ଖାନଙ୍କ ସହ ତାଙ୍କ ଭିଣୋଇ ଆୟୁଷ ଶର୍ମା ଏବଂ ଜହିର ଇକବାଲ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନର ଖବରକୁ ଦେଖିଲେ ଆୟୁଷ ଶର୍ମା ଏବଂ ଜହିର ଇକବାଲଙ୍କୁ ଏହି ଫିଲ୍ମରୁ ବାହାରକରି ଦିଆଯାଇଛି। କୌଣସି ପ୍ରୋଜେକ୍ଟକୁ ନେଇ ସେମାନଙ୍କ ମତଭେଦ ହୋଇଥିବା କୁହାଯାଉଛି।
ndtvଖବର ଅନୁଯାୟୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ର ସୁଟିଂ ଆରମ୍ଭ ହୋଇଯାଇଥିଲା। ଆୟୁଷ ଶର୍ମା ଏହି ଫିଲ୍ମର ଅନେକ ଦୃଶ୍ୟର ସୁଟିଂ କରିଥିବା ବେଳେ ଏବେ କିନ୍ତୁ କୁହାଯାଉଛି ଯେ ବର୍ତ୍ତମାନ ସେ ଏହି ଫିଲ୍ମରୁ ନିଜକୁ ଦୂରେଇ ରଖିଛନ୍ତି। ଏହା ପଛରେ ଏସକେଏଫ୍ ପ୍ରସଙ୍ଗ ଏକ ବଡ କାରଣ ବୋଲି କୁହାଯାଉଛି। ଏଥି ସହିତ, ଏହି ପ୍ରସଙ୍ଗରେ କଥାବାର୍ତ୍ତା ପରେ ସେ ଫିଲ୍ମ ଛାଡିବାକୁ ନିଷ୍ପତ୍ତି ନେଇଥିବା କଥା ଜଣାପଡିଛି।
ପୂର୍ବରୁ ଆୟୁଷ ଶର୍ମା ଏବଂ ସଲମାନ ଖାନଙ୍କ ମଧ୍ୟରେ ଭଲ ସମ୍ପର୍କଥିବା ଦେଖିବାକୁ ମିଳେ। ଆୟୁଷ ଶର୍ମା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ସ୍ୱାମୀ। ଦୁହେଁ ଶେଷ ଥର ପାଇଁ ଫିଲ୍ମ 'ଅନ୍ତିମ ଦ ଫାଇନାଲ ଟ୍ରୁଥ'ରେ ଏକାଠି ନଜର ଆସିଥିଲେ। ଏହା ଛଡ଼ା ଆଗରୁ ଉଭୟ ବଡ଼ ପ୍ରୋଜେକ୍ଚରେ ପାର୍ଟନର ମଧ୍ୟ। ଏଥି ସହିତ, ନିକଟରେ ଆୟୁଷ ଶର୍ମା ମଧ୍ୟ ଏକ ଇଦ୍ ପାର୍ଟିର ଆୟୋଜନ କରିଥିଲେ ଯେଉଁଥିରେ ସଲମାନଙ୍କ ଉପସ୍ଥିତି ମଧ୍ୟ ଦେଖାଯାଇଥିଲା।
Follow Us