ମଞ୍ଜରୀରେ ନୂଆ ମେଗା ଧାରାବାହିକ ‘ନଣନ୍ଦ ପୁଟୁଳି’ରେ କୁକିଜ୍‌

Advertisment
ମଞ୍ଜରୀରେ ନୂଆ ମେଗା ଧାରାବାହିକ ‘ନଣନ୍ଦ ପୁଟୁଳି’ରେ କୁକିଜ୍‌

ଭୁବନେଶ୍ବର:  ‘ମଞ୍ଜରୀ’ରେ ସେପ୍ଟେମ୍ବର ୭ରୁ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘ନଣନ୍ଦ ପୁଟୁଳି’। ଏଥିରେ ଅଭିନେତ୍ରୀ କୁକିଜ୍‌ଙ୍କୁ ଏକ ନିଆରା ଭୂମିକାରେ ଦେଖିବେ ଦର୍ଶକ। ନିଜ ବାହାଘର ଆଗରୁ ସେ ୩ ଭାବି ନଣନ୍ଦଙ୍କ ପାଇଁ କ’ଣ ସବୁ ଆୟୋଜନ କରୁଛନ୍ତି, ଏହାକୁ ନେଇ କାହାଣୀ ଗତିଶୀଳ ହେଉଛି। ନିକଟରେ ‘ନଣନ୍ଦ ପୁଟୁଳି’ର ଟିଜର ସୋସିଆଲ ମିଡିଆ ୟୁ-ଟ୍ୟୁବରେ ସେୟାର କରାଯାଇଥିବା ବେଳେ ଟିଜରକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଟିଜର ରିଲିଜ୍‌ର ଅଳ୍ପ ଦିନ ଭିତରେ ଏହାକୁ ୩ଲକ୍ଷରୁ ଅଧିକ ଲୋକ ଦେଖିବା ସହ ପ୍ରଶଂସା କରିଛନ୍ତି।

ସିଲଭର ଟୋନ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ପ୍ରଯୋଜନାରେ ନିର୍ମିତ ଏହି ଧାରାବାହିକ ସେପ୍ଟେମ୍ବର ୭ରୁ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ ପ୍ରସାରିତ ହେବ। କୁକିଜ୍‌ ପୂର୍ବରୁ ଅନେକ ଧାରାବାହିକ ଓ ମ୍ୟୁଜିକ୍‌ ଭିଡିଓରେ କାମ କରି ପ୍ରଶଂସା ସାଉଁଟିଥିବା ବ‌େଳେ ‘ନଣନ୍ଦ ପୁଟୁଳି’ରେ ମଧ୍ୟ ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ଭେଟିଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe