ଚଳଚ୍ଚିତ୍ରରେ କରୋନା ସଚେତନତା

Advertisment
ଚଳଚ୍ଚିତ୍ରରେ କରୋନା ସଚେତନତା

‌‌କରୋନା କାଳରେ ଲୋକେ ସଚେତନ ରହିବାକୁ ‘ନାରଦଙ୍କ କରୋନା ଉବାଚ’, ‘ଯମଙ୍କ କରୋନା ଉବାଚ’ ଏବଂ ‘ଯମଙ୍କ କରୋନା ଉବାଚ-୨’ ନାମକ ତିନିଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇ ଲୋକାର୍ପିତ କରାଯାଇଛି। ଚଳଚ୍ଚିତ୍ରଗୁଡ଼ିକର କାହାଣୀ ଓ ସଂଳାପ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ରଂଜନ କୁମାର ଦାସ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ କୁମାର ମହାନ୍ତି। ଏସବୁ ଚଳଚ୍ଚିତ୍ରରେ କୋଭିଡ୍-୧୯ ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଆଦି କଟକଣାକୁ ମାନିବା, ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା, ଘରେ ରହିବା ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବା ଆଦି ବାର୍ତ୍ତା ରହିଛି। ଏଥିରେ ହରିହର ସ୍ବାଇଁ, ଅଭିଜିତ, ଅବନୀ, ରାମଚନ୍ଦ୍ର, ଅଙ୍କିତ, ଜିନା, ରୁଦ୍ର, ପୃଥିବୀ ଓ ବାବୁ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି।

କରୋନା ମହାମାରୀ ସଂକ୍ରମଣ ସମୟରେ ସାଧାରଣ ଲୋକେ ଭୟଭୀତ ହେଉଥିବା ବେଳେ ଆଉ କେତେକ ଏହାକୁ ହେୟଜ୍ଞାନ କରୁଛନ୍ତି। କିଛି ଲୋକଙ୍କ ଅସାବଧାନତା ଯୋଗୁଁ ରାଜ୍ୟରେ ଦିନକୁ ଦିନ କୋଭିଡ୍ ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସଚେତ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ୍‌ ପକ୍ଷରୁ ତିନିଟି ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe