ବଲିଉଡ୍ ଅସମ୍ଭାଳ

Advertisment
ବଲିଉଡ୍ ଅସମ୍ଭାଳ

The Indian Express

କୋଭିଡ୍-୧୯ ସଂକ୍ରମଣର ଦ୍ବିତୀୟ ପାଳିରେ ବହୁ ବଲିଉଡ୍ କଳାକାର ଆକ୍ରାନ୍ତ ହେଲେଣି। ଅକ୍ଷୟ କୁମାର, ଅମୀର ଖାନ୍, ଆର୍. ମାଧବନ୍, ରଣବୀର କପୁର, ଆଲିଆ ଭଟ୍ଟ, କୁମୁଦ ମିଶ୍ର, ନିର୍ଦ୍ଦେଶକ ହନସାଲ୍‌ ମେହଟା; ଏମିତି ଅନେକ କଳାକାର ଏବେ ହୋମ୍ କ୍ବାରାଣ୍ଟିନ୍‌ରେ ଅଛନ୍ତି। କୋଭିଡ୍ କବଳରୁ ଅଭିନେତ୍ରୀ ଭୂମି ପେଡ୍‌ନେକର ମଧ୍ୟ ବାଦ ପଡ଼ିନାହାନ୍ତି। ଗତ ସପ୍ତାହରେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ କୁମାର ରାଠୋଡ୍ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ଲକ୍‌ଡାଉନର ପ୍ରଥମ ପାଳିରେ ପ୍ରବାସୀମାନଙ୍କୁ ନିଜ ଜନ୍ମମାଟିରେ ପହଞ୍ଚାଇବାରେ ସହାୟ ହେଇ ଚଚ୍ଚାର୍କୁ ଆସିଥିବା ଅଭିନେତା ସୋନୁ ସୁଦ ମଧ୍ୟ କୋଭିଡ୍‌ ସଂକ୍ରମିତ ହୋଇ ପୁଣି ଆରୋଗ୍ୟ ଲାଭ କରିଛନ୍ତି।

‘ସର୍କସ୍ ଟୁ ବଚ୍ଚନ ପାଣ୍ଡେ’ ଓ ‘ରାଧେ ଶ୍ୟାମ୍’ ପରି ଏକାଧିକ ସିନେମାର ସୁଟିଂ କାମରେ ବ୍ୟସ୍ତ ଥିବା ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କଠାରେ ମଧ୍ୟ କୋଭିଡ୍ ପଜିଟିଭ୍ ଦେଖାଦେଇଛି। ଏବେ ଅଭିନେତ୍ରୀ ହୀନା ଖାନ୍ ମଧ୍ୟ କୋଭିଡ୍ ଆକ୍ରାନ୍ତ ହେଇଛନ୍ତି। ଲୋକପ୍ରିୟ ଟେଲି ଧାରାବାହିକ ‘‌କସୌଟି ଜିନ୍ଦେଗୀ କେ’ ଓ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ପ୍ରମୁଖ ଚରିତ୍ର ହୀନା ଖାନ୍ ବଲିଉଡ୍ ମୁଭି ‘ହ୍ୟାକ୍‌ଡ’ ଓ ‘ଅନ୍‌ଲକ୍’ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ମାର୍ଟଫୋନ୍’ରେ ଅଭିନୟ କରି ଚର୍ଚ୍ଚିତ ହେଇଥିଲେ। କୋଭିଡ୍‌ରୁ ଆରୋଗ୍ୟ ଲାଭ କରୁଥିବା ଏବଂ କୋଭିଡ୍‌ରେ ସଂକ୍ରମିତ ହୋଇଥିବା କଳାକାରମାନେ ଏବେ ଅନ୍ୟମାନଙ୍କୁ ସତର୍କତା ଓ ସଚେତନତାର ବାର୍ତ୍ତା ଦେଇ କହୁଛନ୍ତି, ‘ମୁହଁରେ ମାସ୍କ ପିନ୍ଧନ୍ତୁ, ହାତକୁ ବାରବାର ସାବୁନ୍ ପାଣିରେ ଧୁଅନ୍ତୁ, ସାନିଟାଇଜର୍ ବ୍ୟବହାର କରନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe