ଅମୀରଙ୍କ ପରେ ଧର୍ମେନ୍ଦ୍ରଙ୍କୁ କରୋନା

ସୁସ୍ଥ ଅଛନ୍ତି ଧର୍ମେନ୍ଦ୍ର; ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଖବରକୁ ଗୁଜବ ବୋଲି କହିଲେ ପୁଅ ବବି ଦେଓଲ୍‌

Free Press Journal

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ଅମୀର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ଧର୍ମେନ୍ଦ୍ରଙ୍କ ସମେତ ତାଙ୍କର ୩ ଜଣ କର୍ମଚାରୀ ମଧ୍ୟ କରୋନାର ଶିକାର ହୋଇଛନ୍ତି। ସୂତ୍ର ମୁତାବକ, ପ୍ରଥମେ ଧର୍ମେନ୍ଦ୍ରଙ୍କର ତିନିଜଣ କର୍ମଚାରୀ କରୋନାର ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ୍ କରାଇଥିଲେ। ଯେଉଁଥିରୁ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ଧର୍ମେନ୍ଦ୍ର କରୋନା ଟିକା ନେଇଥିଲେ। ହେଲେ ଏହା ସତ୍ତ୍ବେ କରୋନା ଆକ୍ରାନ୍ତ ହେବା ଦେଓଲ୍ ପରିବାରକୁ ଚିନ୍ତାରେ ପକାଇଛି। ଅପରପକ୍ଷରେ ଚଳଚ୍ଚିତ୍ର ନିର୍ମାତା ରମେଶ ତୌରାନି ମଧ୍ୟ କରୋନାର ଆକ୍ରାନ୍ତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣ କରିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe