ସରକାରଙ୍କ ନିର୍ଦ୍ଦେଶ ନ ମାନି ଜିମ୍‌ ଗଲେ ସାହିଦ ଓ ମୀରା !

ସରକାରଙ୍କ ନିର୍ଦ୍ଦେଶ ନ ମାନି  ଜିମ୍‌ ଗଲେ ସାହିଦ ଓ ମୀରା !

The News

ମୁମ୍ବାଇ: କରୋନାଭାଇରସ୍‌ ଭୟରେ ବିଶ୍ୱ ଯଥାସମ୍ଭବ ସଚେତନତା ଅବଲମ୍ବନ କରୁଛି। ୧୬୦ରୁ ଊର୍ଧ୍ୱ ଦେଶକୁ ଏହି ଭାଇରସ୍‌ ବ୍ୟାପି ଗଲାଣି। କରୋନା ମୁକାବିଲା ପାଇଁ ଅନ୍ୟ ଦେଶ ସମେତ ମୁମ୍ବାଇର ସ୍କୁଲ, କଲେଜ, ମଲ, ପର୍ଯ୍ୟଟନସ୍ଥଳୀ ଓ ଜିମ୍‌ ଆଦିକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଯିଏ ନ ମାନିବ ସେମାନଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ବି ସ୍ପଷ୍ଟ ଭାବେ କୁହାଯାଇଛି। ଏଭଳି ପରିସ୍ଥିତିରେ ବଲିଉଡ୍‌ ଅଭିନେତା ସାହିଦ କପୁର ଓ ତାଙ୍କ ପତ୍ନୀଙ୍କୁ  ନିୟମ ଭାଙ୍ଗି ଜିମ୍‌ ଯାଉଥିବା ଦେଖିବାକୁ ମିଳିଛି।

जिम में वर्कआउट करते दिखे शाहिद (फोटो: गुरजीत सिंह देवगन) navbharattimes.indiatimes.com

ପ୍ରକାଶିତ ରିପୋର୍ଟ ମୁତାବକ, ବାନ୍ଦ୍ରାର ଆଣ୍ଟି ଗ୍ରାଭିଟି କ୍ଲବ ଜିମ୍‌ କେବଳ ସାହିଦ କପୁର ଓ ତାଙ୍କ ପତ୍ନୀ ମୀରାଙ୍କ ପାଇଁ ସନ୍ଧ୍ୟା ୫.୩୦ରେ ଖୋଲା ଯାଇଥାଏ। ସାହିଦ ଓ ତାଙ୍କର ପତ୍ନୀ ଏହି ଜିମକୁ ଆସି ପାଖାପାଖି ଦୁଇଘଣ୍ଟା ପର୍ଯ୍ୟନ୍ତ ଓ୍ଵାର୍କ ଆଉଟ କରୁଥିବା ଜଣାଯାଇଛି। ଦୁହିଁଙ୍କୁ ଜିମ୍‌ ଯିବା ଦେଖି ଗଣମାଧ୍ୟମ ପ୍ରତିନିଧି ଜିମ୍‌ ଗେଟ ବାହାରେ ସାହିଦ ଓ ମୀରାଙ୍କ ଏସଂକ୍ରାନ୍ତ ପ୍ରତିକ୍ରିୟା ନେବାକୁ ଅପେକ୍ଷା କରିଥିଲେ। କିନ୍ତୁ ସାହିଦ ଓ ମୀରା ଦୁହେଁ ଜିମ୍‌ର ପଛ ଗେଟ୍ ଦେଇ ବାହାରି ଚାଲି ଯାଇଥିଲେ।

Image result for coronavirus-outbreak-shahid-kapoor-and-wife-mira-rajput India Today

ଏହି ଘଟଣାକୁ ନେଇ ଜିମ୍‌ ମାଲିକ ଯୁଧିଷ୍ଠିର ଜୟସିଂହ କହନ୍ତି, ସାହିଦ ତାଙ୍କର ଜଣେ ପ୍ରିୟ ସାଙ୍ଗ। ସେ ଜିମ୍‌କୁ ଓ୍ଵାର୍କଆଉଟ କରିବାକୁ ଆସି ନ ଥିଲେ। ସାହିଦଙ୍କୁ ଚଣ୍ଡୀଗଡ଼ ସୁଟିଂ ସମୟରେ ଆଘାତ ଲାଗିଥିଲା। ଏହାପରେ ସେ କିଛି ଓ୍ଵାର୍କଆଉଟ୍‌ ସାମଗ୍ରୀ କିଣିବାକୁ ଚାହିଁଥିଲେ। ଯାହାକୁ କିପରି ବ୍ୟବହାର କରିବାକୁ ହେବ ତାହାକୁ ସେ ଶିଖାଉଥିଲେ। ସରକାରଙ୍କ କୌଣସି ନିୟମ ସେ ଭାଙ୍ଗି ନାହାନ୍ତି। ଗତଶୁକ୍ରବାରଠାରୁ ଜିମ୍‌ ପୂରାପୂରି ବନ୍ଦ ରହିଥିବା ଜୟସିଂହ କହିଛନ୍ତି।

ତେବେ ଏହି ଘଟଣାକୁ ନେଇ ସାହିଦ ଓ ତାଙ୍କ ପତ୍ନୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe