ଇନ୍ଦୋରରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ୧୦ଟି ଅକ୍ସିଜେନ୍‌ ଜେନେରେଟର ପଠାଇଲେ ସୋନୁ

Advertisment
ଇନ୍ଦୋରରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ୧୦ଟି ଅକ୍ସିଜେନ୍‌ ଜେନେରେଟର ପଠାଇଲେ ସୋନୁ

ମୁମ୍ବାଇ: ଏବେ ସାରା ଦେଶରେ ଦ୍ବିତୀୟ ଲହର କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ପୁଣି ଥରେ ଲୋକମାନଙ୍କ ସେବାରେ ନିଜକୁ ଯୋଡ଼ିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୋନୁ ସୁଦ୍‌। ଏବେ ସୋନୁ ଇନ୍ଦୋରରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ୧୦ଟି ଅକ୍ସିଜେନ୍‌ ଜେନେରେଟର ପଠାଇ ପୁଣି ଥରେ ଚର୍ଚ୍ଚା ପାଲଟିଛନ୍ତି।

ଗତବର୍ଷ ଲକ୍‌ଡାଉନ୍‌ରେ ବସ୍ ଏବଂ ପରିବହନ ବ୍ୟବସ୍ଥା କରି ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣି ହିରୋ ସାଜିଥିବା ସୋନୁ ଏଥର ମଧ୍ୟ ନିଜର ସାହାଯ୍ୟର ହାତ ଖୋଲା ରଖିଛନ୍ତି। ସୋନୁଙ୍କୁ ତାଙ୍କ ଉଦାର ମନୋଭାବ ପାଇଁ ପ୍ରଶଂସକମାନେ ସୋସିଆଲ୍‌ ମିଡିଆରେ ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ପଞ୍ଜାବର ଆଣ୍ଟି କରୋନା ଭାଇରସ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଅଭିନେତା ସୋନୁ ସୁଦଙ୍କୁ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। ଗତବର୍ଷ କରୋନା ଭାଇରସ୍ ସଂକ୍ରମଣ‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ କାଳରେ ଏହି ଅଭିନେତା ଜଣକ ପ୍ରବାସୀମାନଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବା ସହ ହଜାର ହଜାର ଲୋକଙ୍କ ମୁହଁରେ ଦାନା ଦେଇ ମାନବିକତା ପ୍ରଦର୍ଶନ କରିଥିଲେ। ନିସଃହାୟ ଲୋକଙ୍କୁ କରୋନା କାଳରେ ସାହାଯ୍ୟ କରି ଦୃଷ୍ଟି ଆକର୍ଷଣ କରିଥିବା ସୋନୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂ ରବିବାର(ଏପ୍ରିଲ୍‌ ୧୧)‌ ନିଜ ବାସଭବନଙ୍କୁ ଡାକି ତାଙ୍କ ସହ କଥା ହେବା ପରେ ଏହି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe