କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ‌କୋର୍ଟଙ୍କ ନିର୍ଦ୍ଦେଶ

Advertisment
କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ‌କୋର୍ଟଙ୍କ ନିର୍ଦ୍ଦେଶ

The Indian Express

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ ତାଙ୍କୁ ବାରମ୍ବାର ବିବାଦକୁ ଟାଣୁଛି। ଏବେ ପୁଣି ଏକ ବିବାଦ ଘେରରେ ଫସିଛନ୍ତି କଙ୍ଗନା। କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ କ୍ୟାଥାସାନ୍ଦ୍ରା ପୁଲିସ ଷ୍ଟେସନରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୃଷି ଆଇନ୍‌କୁ ‌ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ସମୟରେ କଙ୍ଗନା ଟ୍ବିଟ୍‌ କରିଥିଲେ, ଯେଉଁମାନେ ଏହି କୃଷି ଆଇନ୍‌କୁ ବିରୋଧ କରୁଛନ୍ତି ସେମାନେ ଆତଙ୍କବାଦୀଙ୍କଠାରୁ କମ୍‌ ନୁହେଁ। କଙ୍ଗନାଙ୍କ ଏଭଳି ବୟାନକୁ ନେଇ କ୍ୟାଥାସାନ୍ଦ୍ରା ଅଞ୍ଚଳର ବାସିନ୍ଦା ଆଇନଜୀବୀ ଏଲ୍‌ ରମେଶ ନାଇକଙ୍କ ତରଫରୁ ହୋଇଥିବା ଅଭିଯୋଗ ଆଧାରରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍(ଜେଏମ୍‌ଏଫ୍‌ସି) କୋର୍ଟ କ୍ୟାଥାସାନ୍ଦ୍ରା ପୁଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି ଅଭିଯୋଗକାରୀ ସିଆର୍‌ପିସିର ଧାରା ୧୫୫(୩) ଆଧାରରେ ଆାବେଦନ କରି ତଦନ୍ତ ଦାବି କରିଛନ୍ତି। ଓକିଲ ଏଲ ରମେଶ ନାଇକ କହିଛନ୍ତି, କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ଥାନୀୟ ଥାନାକୁ ଆଦେଶ ଦେବାକୁ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe