ବଲିଉଡ୍ ଅଭିନେତ୍ରୀ ରୀନା ରୟଙ୍କ ସହ ବିବାହ ଓ ବିଚ୍ଛେଦର କଥା ମନେପକାଇଲେ ପାକିସ୍ତାନୀ କ୍ରିକେଟର ମୋହସିନ୍ ଖାନ୍

Advertisment
ବଲିଉଡ୍ ଅଭିନେତ୍ରୀ ରୀନା ରୟଙ୍କ ସହ ବିବାହ ଓ ବିଚ୍ଛେଦର କଥା ମନେପକାଇଲେ ପାକିସ୍ତାନୀ କ୍ରିକେଟର ମୋହସିନ୍ ଖାନ୍

Image Courtesy: DNA India

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ମୋହସିନ୍ ଖାନ୍  ନିକଟରେ ଏକ ସାକ୍ଷାତକାରରେ ବଲିଉଡ ଅଭିନେତ୍ରୀ ରୀନା ରାୟଙ୍କ ସହ ତାଙ୍କର ବିବାହ ଓ ଛାଡ଼ପତ୍ର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ରୀନାଙ୍କୁ ବିବାହ କରିବାରେ ମୋର କୌଣସି ପଶ୍ଚାତାପ ନାହିଁ । ବିବାହ ପୂର୍ବରୁ ଅଭିନେତ୍ରୀ ଜଣକ କିଏ, ସେ କେଉଁଠୁ ଆସିଛନ୍ତି ତାହା ସେ ଜାଣି ନଥିଲେ ଏବଂ  ଅଭିନେତ୍ରୀଙ୍କର କୌଣସି ବି ଚଳଚ୍ଚିତ୍ର ସେ ଦେଖି ନଥିଲେ ବୋଲି କହିଛନ୍ତି ମୋହସୀନ୍।

ପାକିସ୍ତାନର ପୂର୍ବତନ କ୍ରିକେଟର ମୋହସିନ୍ ଖାନ୍ ୧୯୮୩  ରୀନା ରୟଙ୍କୁ ବିବାହ କରିଥିଲେ । ବିବାହ ପରେ ରୀନା ଅଭିନୟ ଜଗତକୁ ବିଦାୟ ନେଇଥିଲେ । ଏହାପରେ  ଦୁହିଁଙ୍କର ଏକ ସୁନ୍ଦର ଝିଅ ଜନ୍ମ ହୋଇଥିଲା, ଯାହାର ନାଁ ସେମାନେ ରଖିଥିଲେ ସନମ୍। ବିବାହ ବିଚ୍ଛେଦ ପରେ ମୋହସିନ୍ ଓ ତାଙ୍କ ଝିଅଙ୍କ ମଧ୍ୟରେ ଏବେ ବି ଭଲ ସମ୍ପର୍କ ରହିଛି । ମୋହସିନ୍ ଖାନ୍ କହିଛନ୍ତି, ‘‘ମୁଁ ଇଂଲଣ୍ଡରେ ଖେଳିବାକୁ ଚାଁହୁଥିଲେ ମଧ୍ୟ  ରୀନାଙ୍କୁ ବିବାହ କରି ପାକିସ୍ତାନରେ ରହିବାକୁ ଚାହୁଁଥିଲି।’’ କିନ୍ତୁ ରୀନାଙ୍କୁ  ଇଂଲଣ୍ଡରେ ରହିବା ପାଇଁ ମୋହସିନ୍ କହିବାରୁ ସେ ମନା କରିଦେଇଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା।

ସୂଚନାନୁଯାୟୀ, ୧୯୯୦ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ । ଅଭିନେତ୍ରୀ ରୀନା ତାଙ୍କ ପୂର୍ବତନ ସ୍ୱାମୀ ମୋହସିନଙ୍କ ଜୀବନଶୈଳୀ ସହିତ ନିଜକୁ ଖାପଖୁଆଇ ପାରୁନଥିଲେ । ରୀନା ଆରମ୍ଭରୁ ହିଁ ଝିଅ ସନମର  ହେପାଜତ ହରାଇଥିଲେ । ତେବେ ମୋହସିନ୍ ଖାନଙ୍କ ଦ୍ୱିତୀୟ ବିବାହ ପରେ ରୀନା ନିଜ ଝିଅକୁ ପାଖରେ ରଖିବାର ସୁଯୋଗ ପାଇଥିଲେ । ନିକଟରେ ରୀନା ରୟଙ୍କୁ ରିଅଲିଟି ସୋ ‘ଇଣ୍ଡିଆନ ଆଇଡଲ୍‌-୧୩’ରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe