ଛାଡ଼ପତ୍ର ପରେ ଧନଶ୍ରୀଙ୍କୁ ଏ‌ତେ କୋଟି ଦେବେ ଚହଲ

ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତି। ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରକୁ ନେଇ ବହୁତ ଦିନ ଧରି ଚର୍ଚ୍ଚା ହୋଇ ଆସୁଥିବା ବେଳେ ୟୁଜଭେନ୍ଦ୍ର, ଧନଶ୍ରୀଙ୍କୁ ଭରଣପୋଷଣ ବାବଦରେ କେତେ ଟଙ୍କା ଦେବେ ସେ ସୂଚନା ସାମ୍ନାକୁ ଆସିଛି।

tdhanuu

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତି। ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରକୁ ନେଇ ବହୁତ ଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲେ ବି ଏହି ଦମ୍ପତି ଏପର୍ଯ୍ୟନ୍ତ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ କୁହାଯାଉଛି ଯେ, ଧନଶ୍ରୀ ଏବଂ ଚହଲ ଅଲଗା ହୋଇଯାଇଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ଏହି ସମୟରେ ୟୁଜଭେନ୍ଦ୍ର, ଧନଶ୍ରୀଙ୍କୁ ଭରଣପୋଷଣ ବାବଦରେ କେତେ ଟଙ୍କା ଦେବେ ସେ ସୂଚନା ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ବାର୍ ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଚହଲ ଧନଶ୍ରୀଙ୍କୁ ୪ କୋଟି ୭୫ ଲକ୍ଷ ଟଙ୍କା ଦେବେ। ଯେଉଁଥିରୁ ସେ ୨ କୋଟି ୩୭ ଲକ୍ଷ ଟଙ୍କା ଦେଇସାରିଛନ୍ତି। ରିପୋର୍ଟ ଅନୁଯାୟୀ, ବୁଝାମଣାର ସର୍ତ୍ତାବଳୀ ଅନୁଯାୟୀ, ଚହଲ ଧନଶ୍ରୀଙ୍କୁ ୪ କୋଟି ୭୫ ଲକ୍ଷ ଟଙ୍କାର ସ୍ଥାୟୀ ଭରଣପୋଷଣ ଦେବାକୁ ରାଜି ହୋଇଥିଲେ, ଯାହା ମଧ୍ୟରୁ ୨ କୋଟି ୩୭ ଲକ୍ଷ ୫୫ ହଜାର ଟଙ୍କା ପୂର୍ବରୁ ଦିଆଯାଇସାରିଛି। ବାକି ଟଙ୍କା ସେ ଦେଇନାହାନ୍ତି।

ପୂର୍ବରୁ କୁହାଯାଇଥିଲା ଯେ ଧନଶ୍ରୀ ଭରଣପୋଷଣ ପାଇଁ ୬୦କୋଟି ଟଙ୍କା ମାଗିଥିଲେ। ହେଲେ, ଧନଶ୍ରୀଙ୍କ ପରିବାର ଏହି ଦାବିକୁ ଖାରଜ କରିଥିଲେ। ପରିବାର ପକ୍ଷରୁ କୁହାଯାଇଥିଲା ଯେ, “ଭରଣପୋଷଣ ରାଶି ସମ୍ପର୍କରେ ପ୍ରଚାର ହେଉଥିବା ଭିତ୍ତିହୀନ ଦାବି ଯୋଗୁଁ ଆମେ ଅତ୍ୟନ୍ତ ମର୍ମାହତ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ‌ଯେ, ଏତେ ପରିମାଣର ଟଙ୍କା ନା ଆମେ ମାଗିଛୁ ନା ସେ ଆମକୁ ଦେବାକୁ ଅଫର କରିଛନ୍ତି। ଏହି ଗୁଜବରେ କୌଣସି ସତ୍ୟତା ନାହିଁ। ଏପରି ଅପ୍ରମାଣିତ ସୂଚନା ପ୍ରକାଶ କରିବା ଅତ୍ୟନ୍ତ ଦାୟିତ୍ୱହୀନ, ଯାହା ଦ୍ଵାରା କେବଳ ପୁଅ-ଝିଅ ନୁହନ୍ତି ବରଂ ସେମାନଙ୍କ ପରିବାରକୁ ମଧ୍ୟ ଅନାବଶ୍ୟକ କଳ୍ପନାଜଳ୍ପନା ଭିତରକୁ ଟାଣିନିଆଯାଉଛି। ଏହି ପ୍ରକାରର ବେପରୁଆ ଖବର ପ୍ରସାରଣ କରିବା ବା ଛାପିବା ଦ୍ବାରା କେବଳ କ୍ଷତି ହୋଇଥାଏ। ଆମେ ଗଣମାଧ୍ୟମକୁ ଅନୁରୋଧ କରୁଛୁ ଯେ ସେମାନେ ଭୁଲ ସୂଚନା ପ୍ରସାରଣ କରିବା ପୂର୍ବରୁ ସଂଯମତା ଅବଲମ୍ବନ କରନ୍ତୁ ଏବଂ ତଥ୍ୟ ଯାଞ୍ଚ କରନ୍ତୁ। ଏହା ସହ ସମସ୍ତଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe