ଅଭିନେତ୍ରୀ ଉର୍ମିଳାଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେବାରୁ ୫୭ ବର୍ଷିଅ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ

Advertisment
ଅଭିନେତ୍ରୀ ଉର୍ମିଳାଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେବାରୁ ୫୭ ବର୍ଷିଅ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ

Hindustan Times

ମୁମ୍ବାଇ: ବିଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ବିରୋଧରେ ସୋସିଆଲ୍‌ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇ ମହାରାଷ୍ଟ୍ରର ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତି ବିରୋଧରେ ପୁଲିସରେ ମାମଲା ରୁଜ୍ଜୁ ହୋଇଛି। ବିଶ୍ରାମ ବାଘ ପୁଲିସ୍‌ ଷ୍ଟେସନ୍‌ରେ ବ୍ୟକ୍ତିଙ୍କ ନାମରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ରହିଛି।

ସୋମବାର ମହାରାଷ୍ଟ୍ର ନବନିର୍ମାଣ ସେନାର ରୁପାଲି ପାଟିଲ୍‌ ଅଭିଯୋଗ ଆଣିବା ପରେ ମହାରାଷ୍ଟ୍ରର ଏହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।

ଉଳ୍ଲେଖଯୋଗ୍ୟ, ଉର୍ମିଳା ମାତୋଣ୍ଡକର ଉତ୍ତର ମୁମ୍ବାଇରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଳଢ଼ିଥିଲେ। ନିର୍ବାଚନ ଲଢ଼ି ସେ ପରାଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe