ପୁଣି କଣ୍ଠଶିଳ୍ପୀ ପାଲଟିଲେ ଦବଙ୍ଗ ଖାନ୍, ରିଲିଜ୍ ହେଲା ଦବଙ୍ଗ-୩ର 'ୟୁ କରକେ' ଗୀତ

Advertisment
ପୁଣି କଣ୍ଠଶିଳ୍ପୀ ପାଲଟିଲେ ଦବଙ୍ଗ ଖାନ୍, ରିଲିଜ୍ ହେଲା ଦବଙ୍ଗ-୩ର 'ୟୁ କରକେ' ଗୀତ

aajtak.intoday.in

ମୁମ୍ବାଇ : ସଲମାନଙ୍କ ଅଭିନୀତ ଫିଲ୍ମ 'ଦବଙ୍ଗ-୩'ର ଅପେକ୍ଷା ଏବେ ସମସ୍ତେ କରି ବସିଛନ୍ତି। କିଛି ଦିନ ତଳେ ଫିଲ୍ମର ‌ଟ୍ରେଲର ଓ ଗୀତ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମର ଟ୍ରେଲରରେ ଦେଖ‌ାଯାଇଥିବା କାହାଣୀକୁ ଦେଖି ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ତେବେ ପୂର୍ବରୁ ସଲମାନଙ୍କ ଆକ୍ସନ ପାଇଁ ଫିଲ୍ମଟି ଚର୍ଚ୍ଚାରେ ଥିବା ବେଳେ ଏବେ ସଲମାନ ଗାଇଥିବା ଗୀତ ପାଇଁ ଫିଲ୍ମଟି ଚର୍ଚ୍ଚାରେ ରହିଛି।'

ପୂର୍ବରୁ 'ମେ ହୁଁ ହିରୋ ତେରା' ଗୀତ ଗାଇ ଶ୍ରୋତାଙ୍କ ପ୍ରଶଂସାର ପାତ୍ର ବନିଥିବା ସଲମାନ ଏବେ ଦବଙ୍ଗ-୩ର 'ୟୁ କରକେ' ଗୀତ ଗାଇଛନ୍ତି। ତାଙ୍କ ସହ ଲୋକପ୍ରିୟ କଣ୍ଠଶିଳ୍ପୀ ପାୟଲ ଦେବ ଗୀତ ଗାଇଥିବା ବେଳେ ରିଲିଜ୍ ପରେ ଗୀତଟି ସମସ୍ତଙ୍କୁ ପସନ୍ଦ ଆସୁଥିବା ଦେଖାଯାଇଛି। ତେବେ କେବଳ ଅଡିଓ ରିଲିଜ୍ ହୋଇଥିବା ବେଳେ ଫଟୋରୁ ଏହି ଗୀତରେ ସୋନାକ୍ଷୀ-ସଲମାନ ନଜର ଆସିବେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe