ସଲମାନ ଅଭଦ୍ର ଓ ଗୁଣ୍ଡା, ଅଭିନୟ କରିବାର କୌଣସି ଇଚ୍ଛା ନାହିଁ; ଏଭଳି କହିଲେ 'ଦବଙ୍ଗ' ନିର୍ଦ୍ଦେଶକ ଅଭିନବ କଶ୍ୟପ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଫିଲ୍ମ ନିର୍ମାତା ଅଭିନବ କଶ୍ୟପ। ଫିଲ୍ମ ଦବଙ୍ଗର ନିର୍ଦ୍ଦେଶନା ଦେଇଥିବା ଅଭିନବ କଶ୍ୟପ ଏବେ ସଲମାନ ଖାନଙ୍କୁ ଗୁଣ୍ଡା ଓ ଖରାପ ମଣିଷ ବୋଲି କହିଛନ୍ତି।

New Project (1)

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଫିଲ୍ମ ନିର୍ମାତା ଅଭିନବ କଶ୍ୟପ। ଫିଲ୍ମ 'ଦବଙ୍ଗ'ର ନିର୍ଦ୍ଦେଶନା ଦେଇଥିବା ଅଭିନବ କଶ୍ୟପ ଏବେ ସଲମାନ ଖାନଙ୍କୁ ଗୁଣ୍ଡା ଓ ଖରାପ ମଣିଷ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସଲମାନ ଖାନ ଅଭିନୟରେ ଆଗ୍ରହୀ ନୁହଁନ୍ତି। ସଲମାନ ଖାନଙ୍କ ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେବା ପରେ ତାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ଏକ ସାକ୍ଷାତକାରରେ ଅଭିନବ କହିଛନ୍ତି ଯେ, 'ସଲମାନ କେବେ ବି କାହାଣୀକୁ ବୁଝିବାକୁ ଇଚ୍ଛା କରନ୍ତି ନାହିଁ। ତାଙ୍କର ଅଭିନୟ ପ୍ରତି ରୁଚି କମ୍। ଗତ ୨୫ବର୍ଷ ଧରି ସେ କେବଳ ସମୟ ଅତିବାହିତ କରିବାକୁ ଫିଲ୍ମ କରୁଛନ୍ତି। ସେ କାମ କରିବାକୁ ଆସି ଆମ ଉପରେ ଉପକାର କରନ୍ତି ବୋଲି ଭାବନ୍ତି। ସେ ଜଣେ ସେଲିବ୍ରିଟି ହେବାର ଶକ୍ତିକୁ ନେଇ ଅଧିକ ଆଗ୍ରହୀ। କିନ୍ତୁ ତାଙ୍କର ଅଭିନୟରେ କୌଣସି ଆଗ୍ରହ ନାହିଁ। ସେ ଜଣେ ଗୁଣ୍ଡା। ଦବଙ୍ଗ ପୂର୍ବରୁ ମୁଁ ଏହା ବିଷୟରେ ଜାଣି ନଥିଲି। ହେଲେ ପରେ ଜାଣିଲି ସଲମାନ ଅଭଦ୍ର। ସେ ଜଣେ ଖରାପ ବ୍ୟକ୍ତି।'

ଏହା ବ୍ୟତୀତ ଅଭିନବ, ସଲମାନ ଖାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ, 'ସଲମାନ ଖାନ ବଲିଉଡରେ ଷ୍ଟାର ସିଷ୍ଟମର ବାପା। ସେ ଏକ ଫିଲ୍ମ ପରିବାରରୁ ଆସିଛନ୍ତି ଯେଉଁମାନେ ୫୦ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଅଛନ୍ତି। ସଲମାନ ଏହାକୁ ଆଗକୁ ନେଉଛନ୍ତି। ସେମାନେ ଦଣ୍ଡଦାତା। ସେମାନେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ଯଦି ଆପଣ ସେମାନଙ୍କ ସହିତ ସହମତ ନୁହଁନ୍ତି, ତେବେ ସେମାନେ ଆପଣଙ୍କ ପଛରେ ପଡ଼ିଯାଆନ୍ତି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe