ଧୀରେ ଧୀରେ ଫିଲ୍ମ ଦୁନିଆର ପାହାଡ଼ ଚଢ଼ୁଛନ୍ତି ଡେଜି

Advertisment
ଧୀରେ ଧୀରେ ଫିଲ୍ମ ଦୁନିଆର ପାହାଡ଼ ଚଢ଼ୁଛନ୍ତି ଡେଜି

Times of India

ଜଣେ ନୃତ୍ୟ ନିର୍ଦ୍ଦେଶକଙ୍କ ସହାୟିକା ଭାବେ କାମ କରୁ କରୁ ଡେଜି ଶାହ ଧୀରେ ଧୀରେ ମଡେଲିଂ, ବିଜ୍ଞାପନ ଓ ଶେଷରେ ମୁଖ୍ୟ ନାୟିକା ଭାବେ ଅଭିନୟ ଜଗତର ଶୀର୍ଷରେ ପହଞ୍ଚିବା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ। ମୁମ୍ବାଇରେ ୧୯୮୪ ଅଗଷ୍ଟ ୨୫ରେ ଜନ୍ମ ନେଇଥିବା ଡେଜି ଦଶମ ଶ୍ରେଣୀରେ ପଢୁଥିବା ବେଳେ ‘ଡମ୍ବିଭ୍ଲି ସୁନ୍ଦରୀ’ ନାମକ ଏକ ସ୍ଥାନୀୟ ସୁନ୍ଦରୀ ପ୍ରତିଯୋଗିତାରେ ‘ମିସ୍‌ ଫଟୋଜେନିକ୍‌’ ମୁକୁଟ ହାସ କରିଥିଲେ।

କିଶୋରୀ ବୟସର ଏହି ଅପ୍ରତ୍ୟାଶିତ ରୋମାଞ୍ଚ ତାଙ୍କୁ ଗ୍ଲାମର ଦୁନିଆ ଆଡ଼କୁ ଢଳିବା ପାଇଁ ଖୋରାକ ଯୋଗାଇଥିଲା। ସ୍ନାତକ ଡିଗ୍ରି ହାସଲ ପରେ ନୃତ୍ୟ ନିର୍ଦ୍ଦେଶକ ଗଣେଶ ଆଚାର୍ଯ୍ୟଙ୍କର ଜଣେ ସହକାରୀ ଭାବେ ଡେଜି ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ। ‘ଜମିନ୍‌’ ଓ ‘ଖାକି’ ପରି ହିନ୍ଦୀ ଫିଲ୍ମରେ ନିଜର ଦାୟିତ୍ବ ସମ୍ପାଦନର ଅଭିଜ୍ଞତା ତାଙ୍କୁ ଫିଲ୍ମ ଜଗତ ପ୍ରତି ବେଶୀ ବେଶୀ ଆକୃଷ୍ଟ କରିବାକୁ ଲାଗିଲା। ଏହାପରେ ସେ ନିଜକୁ ସୁଦକ୍ଷ କରିବା ପାଇଁ ସ୍ବାଧୀନ ଭାବରେ ମଡେଲିଂ ଓ ବିଜ୍ଞାପନ କ୍ଷେତ୍ରରେ କାମ କରିଥିଲେ। ଏହି ଅବସରରେ ୨୦୧୦ରେ ମାଲାୟଲୀ/ତାମିଲ ଫିଲ୍ମ ‘ବନ୍ଦେ ମାତରମ୍‌’ରେ ସେ ଏକ ସ୍ବତନ୍ତ୍ର ଭୂମିକାରେ ଅବତୀର୍ଣ୍ଣ ହେବା ସହ ହିନ୍ଦୀ ଫିଲ୍ମ ‘ଖୁଦା କସମ୍‌’ରେ ଏକ ନୃତ୍ୟାଭିନୟ କରି ସେ ସମୀକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହିନ୍ଦୀ ଫିଲ୍ମ ‘ବଡିଗାର୍ଡ’ର କନ୍ନଡ଼ ସଂସ୍କରଣରେ ଡେଜିଙ୍କ ଅମ୍ମୁ ଚରିତ୍ର ମଧ୍ୟ ଦର୍ଶକମାନଙ୍କୁ ବେଶ ପ୍ରଭାବିତ କରିଥିଲା।

୨୦୧୧ରେ କନ୍ନଡ଼ ଫିଲ୍ମ ‘ଭଦ୍ରା’ରେ ତାଙ୍କର ମୁଖ୍ୟ ଚରିତ୍ର ଭୂମିକାକୁ ସମର୍ଥକ ଓ ସମୀକ୍ଷକମାନେ ଭୂୟସୀ ପ୍ରଶଂସା କରିଥିଲେ। ତେବେ ୨୦୧୪ରେ ହିନ୍ଦୀ ଫିଲ୍ମ ‘ଜୟ ହୋ’ରେ ରିଙ୍କି ଶାହ ଚରିତ୍ର ଡେଜିଙ୍କର ଲୋକପ୍ରିୟତାକୁ ଯଥେଷ୍ଟ ଆଗେଇ ନେଇଥିଲା। ସେହିପରି ହିନ୍ଦୀ ପିଲ୍ମ ‘ସ୍ପାର୍କ’ର ‘ମେରି ଜଵାନି ସୋଡେ କୀ ବୋତଲ’ରେ ଡେଜିଙ୍କ ନୃତ୍ୟାଭିନୟ ମଧ୍ୟ ଦର୍ଶକଙ୍କ ମନରେ ନିରୋଳା ଉତ୍ତେଜନା ଭରିଦେଇଥିଲା। ଏଥି ସହିତ ହିନ୍ଦୀ ଫିଲ୍ମ ‘ହେଟ୍‌ ଷ୍ଟୋରି-୩’, ‘ରାମରତନ’ ଓ ‘ରେସ୍‌ ୩’ ଆଦିରେ ମଧ୍ୟ ଡେଜିଙ୍କ ମନଲୋଭା ଆବିର୍ଭାବ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଅପରପକ୍ଷେ, ୨୦୧୯ରେ ଗୁଜରାଟୀ ଫିଲ୍ମ ‘ଗୁଜରାଟ ୧୧’ରେ ଦିବ୍ୟା ଚୌହାନ ରୂପରେ ଡେଜିଙ୍କ ପ୍ରଥମ ଆବିର୍ଭାବ ମଧ୍ୟ ସମୀକ୍ଷକମାନଙ୍କ ସମର୍ଥନ ଯୋଗାଡ଼ କରିବାରେ ସହାୟକ ହୋଇଥିଲା। ଚଳିତବର୍ଷ ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ମିଷ୍ଟ୍ରି ଅଫ୍‌ ଟାଟ୍ଟୁ’ ମୁକ୍ତିଲାଭ କରିବାକୁ ଥିବା ବେଳେ ଡେଜି ଏଥିରେ ନିଆରା ଚମକ ସୃଷ୍ଟି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe