୨୦୦୩ରେ କରିଥିବା ଅପରାଧ ପାଇଁ ଦଲେର ମେହନ୍ଦୀଙ୍କୁ ମିଳିଲା ୨ବର୍ଷ ଜେଲଦଣ୍ଡ

Advertisment
୨୦୦୩ରେ କରିଥିବା ଅପରାଧ ପାଇଁ ଦଲେର ମେହନ୍ଦୀଙ୍କୁ ମିଳିଲା ୨ବର୍ଷ ଜେଲଦଣ୍ଡ

ମୁମ୍ବାଇ: ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାନବ ଚାଲାଣ ମାମଲାରେ କଣ୍ଠଶିଳ୍ପୀଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ। ଗୁରୁବାର ଦିନ ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ପଞ୍ଜାବ ପୁଲିସ ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ୨୦୦୩ରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା ରୁଜୁ ହୋଇଥିଲା। ମାନବ ଚାଲାଣ ନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ୨୦୧୮ରେ ଏହା ଶୁଣାଣି କରିଥିଲେ ପଟିଆଲା କୋର୍ଟ। ଶୁଣାଣି ସମୟରେ କଣ୍ଠଶିଳ୍ପୀଙ୍କୁ ୨ବର୍ଷ ଜେଲ ଦଣ୍ଡ ଦେଇଥିଲେ କୋର୍ଟ । ହେଲେ ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ହେଲେ ଆଜିି ପଟିଆଲା କୋର୍ଟ ୨୦୧୮ ଦଣ୍ଡାଦେଶ ପରେ ଏହି ମାମଲାର ଏକ ସମୀକ୍ଷା ଶୁଣାଣି କରିଥିଲେ। ଏହି ଶୁଣାଣି ପରେ ଏବେ ଦଲେର ମେହନ୍ଦୀଙ୍କୁ ପୁଣି ଥରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୩ରେ କଣ୍ଠଶିଳ୍ପୀ ଦଲେର ମେହନ୍ଦୀ ଓ ତାଙ୍କ ଭାଇଙ୍କ ବିରୋଧରେ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଇଥିବା ଅଭିଯୋଗ ହୋଇଥିଲା। କୁହାଯାଇଥିଲା ଯେ ବିଦେଶ ପଠାଇବା ପାଇଁ ଦଲେର ମେହନ୍ଦୀ ଲୋକଙ୍କଠାରୁ ପ୍ରଚୁର ପରିମାଣର ଅର୍ଥ ସଂଗ୍ରହ କରିଥିଲେ। ୧୯୯୮ରୁ ୧୯୯୯ମଧ୍ୟରେ, ଦଲେର ମେହନ୍ଦୀ ସାନ ଫ୍ରାନ୍ସିସ୍କୋ ଏବଂ ନ୍ୟୁ ଜର୍ସିରେ ଅତି କମରେ ୧୦ ଜଣଙ୍କୁ ବେଆଇନ ଭାବେ ଛାଡ଼ି ଦେଇଥିଲେ। ଏହା ପରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇ ଶମଶେର ସିଂଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ମାମଲା ପଞ୍ଜିକରଣ ପରେ ଉଭୟ ଭାଇଙ୍କ ବିରୋଧରେ ପ୍ରାୟ ୩୫ଟି ଅଭିଯୋଗ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe