ମୁମ୍ବାଇ: ପ୍ରଥମ ସ୍ବାମୀ ଶାଲିନ ଭନୋଟଙ୍କଠାରୁ ଅଲଗା ହେବା ପରେ କେନିଆରେ ରହୁଥିବା ନିଖିଲ ପଟେଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଦଲଜିତ୍। ହେଲେ ବିବାହର ୮ମାସ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ନିଖିଲ ଅନ୍ୟ ଯୁବତୀଙ୍କ ପ୍ରେମରେ ପଡ଼ି ତାଙ୍କୁ ଧୋକା ଦେଇଥିବା ଦାବି କରିଥିଲେ ଦଲଜିତ୍। ଏବେ ଏକ ସାକ୍ଷାତକାରରେ ଦଲଜିତ୍, ନିଖିଲଙ୍କ ପ୍ରେମିକାଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେ କହିଛନ୍ତି ଯେ, "ମୋ ପୂର୍ବରୁ ନିଖିଲ, ସେହି ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। କିନ୍ତୁ ମୋତେ କାହିଁକି ବିବାହ କଲେ ମୁଁ ବୁଝିପାରୁନି। ବୋଧହୁଏ ତାଙ୍କୁ ଲାଇମଲାଇଟ ଦରକାର ଥିଲା। ନିଖିଲଙ୍କ ପ୍ରେମିକା ବିବାହିତ। ତାଙ୍କର ସ୍ବାମୀ ଓ ୨ଟି ସନ୍ତାନ ଅଛନ୍ତି। ସବୁ ପରେ ବି ସେ ଏଭଳି କରିବା ମୋତେ ଆଶ୍ଚର୍ଯ୍ୟ କରୁଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ହୁଏ। ସମସ୍ୟା ହେଲେ ସମସ୍ତେ ନିଜ ନିଜ ଜୀବନସାଥୀ ବିଷୟରେ ଖରାପ କଥା କହନ୍ତି। କିନ୍ତୁ କାହାକୁ ଏହାର ଫାଇଦା ଉଠାଇବା ଉଚିତ୍ ନୁହେଁ। ଏହା ସମ୍ପୂର୍ଣ୍ଣ ଭୁଲ। ଆମ ଭିତରେ ଯାହା ସମସ୍ୟା ଥିଲା, ତାହା ଠିକ୍ ହୋଇଯାଇଥାନ୍ତା, ଯଦି ସେ ମହିଳା ନଆସିଥାନ୍ତେ। ନିଜର ପରିବାର ଥାଇ ବି ସେ ଅନ୍ୟ ପରିବାର କେମିତି ଭାଙ୍ଗୁଛନ୍ତି ମୁଁ ଭାବୁଛି।"

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ମୁମ୍ବାଇରେ, କେନିଆର ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିଥିଲେ ଦଲଜିତ୍। ପ୍ରଥମ ବିବାହ ଅସଫଳ ହେବା ପରେ ଦ୍ବିତୀୟ ବିବାହକୁ ନେଇ ଆଶାବାଦୀ ଥିଲେ ଅଭିନେତ୍ରୀ। ହେଲେ ବିବାହର ୮ମାସ ପରେ ତାଙ୍କ ଆଶା ମଉଳି ଯାଇଥିଲା। ସ୍ବାମୀ ନିଖିଲ ପୁଅ ଜେଡନଙ୍କୁ ସବୁ ବେଳେ ରାଗୁଥିବା ବେଳେ ଅନ୍ୟ ଯୁବତୀଙ୍କ ସହ ସମୟ କଟାଉଥିଲେ। ଏହାର ବିରୋଧ କରିବା ପରେ ବି ସ୍ବାମୀ ନସୁଧୁରିବାରୁ ଭାରତ ଫେରିଆସିଥିଲେ ଦଲଜିତ୍।

ଏ ଖବର ପଢ଼ନ୍ତୁ- https://sambad.in/entertainment/anushka-sharma-lands-in-mumbai-for-the-first-time-amid-rumours-of-shifting-to-london-6948558