ବିବାହ ବିଚ୍ଛେଦ ପରେ ସ୍ବାମୀ ପ୍ରେମିକାକୁ ଧରି ବୁଲିବା ଘଟଣାରେ ଦୁଃଖୀ ଦଲଜିତ

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦଲଜିତ କୌରଙ୍କ ଦୁଇଥର ହୋଇ ସାରିଛି ବିବାହ ବିଚ୍ଛେଦ। ଦ୍ବିତୀୟ ସ୍ବାମୀଙ୍କୁ ପ୍ରେମିକା ସହ ବୁଲିବା ଦେଖି କୋହ ସମ୍ଭାଳି ପାରୁନାହାନ୍ତି ଦଲଜିତ।

wer


ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦଲଜିତ କୌର ଦୁଇଥର ବିବାହ କରିସାରିଛନ୍ତି। ଦୁଃଖର ବିଷୟ ତାଙ୍କର ଦୁଇଟି ବିବାହ ଯାକ ଅସଫଳ ରହିଛି। ବିବାହର କିଛିଦିନ ଖୁସିରେ ରହିବା ପରେ ଦଲଜିତଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ଏହାପରେ ସେ ସ୍ବାମୀ ଠାରୁ ଅଲଗା ହୋଇଯାଇଥିବା ଖବର ସାମ୍ନାକୁ ଆସିଛି।

ଦଲଜିତଙ୍କ ପ୍ରଥମ ସ୍ବାମୀ ଶାଲିନ ଭନୋଟଙ୍କ ବିରୋଧରେ ଅଭିନେତ୍ରୀ ଘରୋଇ ହିଂସାର ଅଭିଯୋଗ କରିଥିଲେ। ଶାଲିନଙ୍କ ନିର୍ଯାତନା ସହି ନପାରିବାରୁ ଦଲଜିତ ଏ ସମ୍ପର୍କ ଭାଙ୍ଗି ଦେଇଥିବା କହିଥି‌ଲେ। 

ଏହି କ୍ରମରେ ଦ୍ବିତୀୟ ସ୍ବାମୀ ନିଖିଲ ପଟେଲଙ୍କ ବିରୋଧରେ ଦଲଜିତ ଅଭିଯୋଗ ଆଣି କହିଛନ୍ତି, ‘ ନିଖିଲ ତାଙ୍କୁ ବିବାହ ନାମରେ ଠକି ଦେଇଛନ୍ତି। ବିବାହ ପରେ ସେ ଅନ୍ୟ ଯୁବତୀଙ୍କ ସହିତ ବ୍ୟସ୍ତରେ ରହିଲେ। ଏକଥା ଯେତେବେ‌େଳେ ମୁଁ ଜାଣିଲି ସେ ମୋତେ ଗାଳିଗୁଲଜ କରିଥିଲେ। ଏମିତି କି  ମୋର ପୁଅ ଜେଡନ ଓ ମୋତେ ଘରୁ ବାହାର କରି ଦେଇଥିଲେ। ଶେଷରେ ମୋର ଜିନିଷପତ୍ର ବି ଫିଙ୍ଗି ଦେଇଥିଲେ। ଏହାପରେ ମୁଁ ମୁମ୍ବାଇ ଚାଲି ଆସିଥିଲି।

ମୁମ୍ବାଇ ଆସିବାର କିଛିଦିନ ପରେ ଖବର ପାଇଲି ନିଖିଲ ତାଙ୍କ ପ୍ରେମିକା ସହିତ ବ୍ୟସ୍ତରେ ବୁଲାବୁଲି କରୁଛନ୍ତି। ସେ ବି ତାଙ୍କ ପ୍ରେମିକା ସହିତ ମୁମ୍ବାଇରେ ବସବାସ କରୁଛନ୍ତି। ଯାହାକି ମୋତେ ବହୁତ କଷ୍ଟ ଦେଇଛି। ଗଣମାଧ୍ୟମରେ ସେ ମୋ ସହିତ ତାଙ୍କ ବିବାହକୁ ଅସ୍ବୀକାର କରୁଛନ୍ତି। ମୁଁ ତାଙ୍କ ସହିତ ମୋର ବିବାହ ଫଟୋ ପୋଷ୍ଟ କରିବାରୁ ସେ ମୋ ବିରୋଧରେ ଶିଶୁ ନିର୍ଯାତନା ଅଭିଯୋଗ ଆଣିଥିଲେ। କାରଣ ମୁଁ‌ ପୋଷ୍ଟ କରିଥିବା ଫଟୋରେ ମୋ ପୁଅର ବି ଫଟୋ ରହିଥିଲା।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe