ଦ୍ବିତୀୟ ସ୍ବାମୀ ନିଖିଲଙ୍କ ବିରୋଧରେ ଏତଲା ରୁଜୁ କଲେ ଦଲଜିତ୍

Advertisment
ଦ୍ବିତୀୟ ସ୍ବାମୀ ନିଖିଲଙ୍କ ବିରୋଧରେ ଏତଲା ରୁଜୁ କଲେ ଦଲଜିତ୍

aajtak

ମୁମ୍ବାଇ: ଦ୍ବିତୀୟ ସ୍ବାମୀଙ୍କ ବିରୋଧରେ ଏତଲା ରୁଜୁ କଲେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଦଲଜିତ୍ କୌର। ପ୍ରଥମ ସ୍ବାମୀ ଶାଲିନ ଭନୋଟଙ୍କଠାରୁ ଅଲଗା ହେବା ପରେ କେନିଆରେ ରହୁଥିବା ନିଖିଲ ପଟେଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଦଲଜିତ୍। ହେଲେ ବିବାହର ୮ମାସ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ନିଖିଲ ଅନ୍ୟ ଯୁବତୀଙ୍କ ପ୍ରେମରେ ପଡ଼ି ତାଙ୍କୁ ଧୋକା ଦେଇଥିବା ଦାବି କରିଥିଲେ ଦଲଜିତ୍।

ଏବେ ଭାରତ ଫେରିଆସିଥିବା ଦଲଜିତ ମୁମ୍ବାଇର ଅଗ୍ରିପଡ଼ା ପୁଲିସ ଷ୍ଟେସନରେ ନିଖିଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।  ଧାରା ୮୫ ଓ ୩୧୬(୨) ଅନୁଯାୟୀ ସେ ଏତଲା ରୁଜୁ କରିଛନ୍ତି। ଏହାର ଅର୍ଥ ହେଉଛି ଯେ ଦିଲଜିତ୍, ନିଖିଲଙ୍କ ବିରୋଧରେ କ୍ରୁରତା ଓ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି।

କିଛି ଦିନ ତଳେ ନିଖିଲ ପଟେଲ ମୁମ୍ବାଇରେ ନିଜ ପ୍ରେମିକା ସଫିନାଙ୍କ ସହ ନଜର ଆସିଥିଲେ। ଉଭୟଙ୍କ ଏକାଠି ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହା ପରେ ଦଲଜିତ କୌର ତାଙ୍କ ଯନ୍ତ୍ରଣା ପ୍ରକାଶ କରି ଅନେକ ପୋଷ୍ଟ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ମୁମ୍ବାଇରେ, କେନିଆର ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିଥିଲେ ଦଲଜିତ୍। ପ୍ରଥମ ବିବାହ ଅସଫଳ ହେବା ପରେ ଦ୍ବିତୀୟ ବିବାହକୁ ନେଇ ଆଶାବାଦୀ ଥିଲେ ଅଭିନେତ୍ରୀ। ହେଲେ ବିବାହର ୮ମାସ ପରେ ତାଙ୍କ ଆଶା ମଉଳି ଯାଇଥିଲା। ସ୍ବାମୀ ନିଖିଲ ପୁଅ ଜେଡନଙ୍କୁ ସବୁ ବେଳେ ରାଗୁଥିବା ବେଳେ ଅନ୍ୟ ଯୁବତୀଙ୍କ ସହ ସମୟ କଟାଉଥିଲେ। ଏହାର ବିରୋଧ କରିବା ପରେ ବି ସ୍ବାମୀ ନସୁଧୁରିବାରୁ ଭାରତ ଫେରିଆସିଥିଲେ ଦଲଜିତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe