‘ଡାର୍ଲିଂ’ର ଯୋଡିକୁ ଜାଣନ୍ତୁ

Advertisment
‘ଡାର୍ଲିଂ’ର ଯୋଡିକୁ ଜାଣନ୍ତୁ

ଭୁବନେଶ୍ୱର: ଏ ବର୍ଷ ଖୁବ୍‌ ଶୀଘ୍ର ରିଲିଜ୍‌ ହେବ ଓଡ଼ିଆ ସିନେମା ‘ଡାର୍ଲିଂ’। ଏହାର କାହାଣୀ ବେଶ୍‌ ମଜାଦାର ବୋଲି କୁହାଉଛି। ଏହି ସିନେମାଟି ଅନେକ ଦିନ ହେବ ପଡ଼ିରହିଥିଲା ।ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ। ଏଥିରେ ଦର୍ଶକଏକ ନୂଆ ଯୋଡିକୁ ଭେଟିବେ। ସେମାନେ ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ। ଏହି ସିନେମାରେ ନବାଗତ ବରଦାପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି। ଏତଦବ୍ୟତୀତ ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା,ଅସିତ ପତି , ପୀୟୁଷ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି ।

publive-image

ଆସିବୁ କେବେ ସାଜି ମୋ ରାଣୀ, ମୁଁ ଦିଓ୍ଵାନା ତୋ ପାଇଁ , ସାହିତ୍ୟ ଦିଦି, ଆଦିର ନିର୍ଦେଶନା ଦେଇଥିବା ମନୋରଞ୍ଜନ ପାଲ୍‌ ଏହି ସିନେମାର ନିର୍ଦ୍ଦେଶକ । ଜଣାଶୁଣା ସଂଳାପକାର ଡ଼ ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଂଗୀତକାର ଦୀପକ କୁମାର ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏହାର ପୋଷ୍ଟ ପ୍ରଡକସନ୍‌ କାମ ସରିଛି ଏବଂ ଏ ବର୍ଷ ରିଲିଜ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe