Advertisment

ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ ଦର୍ଶନ, ଭାଇରାଲ ହେଲା ଭିଡିଓ

Advertisment

ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ କନ୍ନଡ଼ ସୁପରଷ୍ଟାର ଦର୍ଶନ । ଭାଇରାଲ ହେଲା ଭିଡିଓ । ପ୍ରଶଂସକ ରେଣୁକା ସ୍ବାମୀଙ୍କ ହତ୍ୟା ମାମଲାରେ ଏବେ ଜେଲରେ ଅଛନ୍ତି ଦର୍ଶନ ।

ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ କନ୍ନଡ଼ ସୁପରଷ୍ଟାର ଦର୍ଶନ । ଭାଇରାଲ ହେଲା ଭିଡିଓ । ପ୍ରଶଂସକ ରେଣୁକା ସ୍ବାମୀଙ୍କ ହତ୍ୟା ମାମଲାରେ ଏବେ ଜେଲରେ ଅଛନ୍ତି ଦର୍ଶନ ।

opiy

ନୂଆଦିଲ୍ଲୀ: ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ କନ୍ନଡ଼ ସୁପରଷ୍ଟାର ଦର୍ଶନ । ଭାଇରାଲ ହେଲା ଭିଡିଓ । ପ୍ରଶଂସକ ରେଣୁକା ସ୍ବାମୀଙ୍କ ହତ୍ୟା ମାମଲାରେ ଏବେ ଜେଲରେ ଅଛନ୍ତି ଦର୍ଶନ । ଗୁରୁବାର ସେ ନିଜ ପତ୍ନୀ ଓ ଭାଇ ଦିନାକକରଙ୍କୁ ଭେଟିବା ପାଇଁ ବାହାରକୁ ଆସିଥିବା ବେଳେ ସାମ୍ନାରେ ଗଣମାଧ୍ୟମକୁ ଦେଖି ସେମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରି ନିଜର ମଝି ଆଙ୍ଗୁଠି ଦେଖାଇଥିଲେ।

ଏବେ ଏହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ହାତ ତଳକୁ କରି ନିଜର ମଝି ଆଙ୍ଗୁଠି ଦେଖାଉଛନ୍ତି। କୁହାଯାଉଛି ଯେ, ଦର୍ଶନ ନିଜ ପତ୍ନୀ ବିଜୟଲକ୍ଷ୍ମୀ ଓ ଭାଇ ଦିନାକରଙ୍କୁ ଗୁରୁବାର ୩୦ମିନିଟ ପାଇଁ ଭେଟିଥିଲେ। ଏହା ପ‌ରେ ତାଙ୍କ ଓକିଲ ବେଙ୍ଗାଲୁରୁ ପୁଲିସ ଦାଖଲ କରିଥିବା ଚାର୍ଜସିଟ ବିଷୟରେ କଥା ହେବା ପାଇଁ ତାଙ୍କୁ ଭେଟିଥିଲେ।

ଚାର୍ଜସିଟ ଅନୁଯାୟୀ ରେଣୁକା, ପବିତ୍ରାଙ୍କୁ ମେସେଜ କରିଥିଲେ ଯେ, “ତୁମେ ବହୁତ ହଟ। ଦୟାକରି ତୁମର ନମ୍ବର ପଠାଅ | ତୁମେ ମୋଠାରୁ କ’ଣ ଆଶା କରୁଛ? ମୁଁ ମୋର ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବି କି? ତୁମେ ମୋ ସହିତ ଗୁପ୍ତ ଭାବେ ଲିଭ-ଇନ୍ ସଂପର୍କରେ ରହିବ କି? ମୁଁ ତୁମକୁ  ପ୍ରତି ମାସରେ ୧୦,୦୦୦  ଟଙ୍କା ଦେବି |" ରେଣୁକା ବାରମ୍ବାର ଏଭଳି ମେସେଜ ପଠାଇବା ସହ ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବାରୁ ପବିତ୍ରା, ଅଭିଯୁକ୍ତ ପବନଙ୍କୁ ସବୁ ଜଣାଇଥିଲେ | ପବନ ଏହା ପରେ ପବିତ୍ରା ହୋଇ ରେଣୁକା ସହ କଥା ହୋଇଥିଲେ ଏବଂ ତାଙ୍କ ଠିକଣା ଆଣିଥିଲେ | ଏହା ପରେ ତାଙ୍କୁ ହତ୍ୟା କରାଯିବାର ଯୋଜନା କରାଯାଇଥିଲା |

ପୁଲିସର କହିବା ମୁତାବକ, ଦର୍ଶନ ପ୍ରଥମେ ରେଣୁକାଙ୍କ ଛାତିକୁ ଗୋଇଠା ମାରିଥିଲେ | ଏହା ଦ୍ୱାରା ତାଙ୍କ ଛାତିର ହାଡ ଭାଙ୍ଗିଯାଇଥିଲା | ପରେ ସେ ରେଣୁକାଙ୍କୁ ଟେକି ଏକ ଟ୍ରକ ଉପରକୁ ଫିଙ୍ଗିଥିଲେ, ଯାହା ଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ଶେଷରେ ସେ ପବିତ୍ରାଙ୍କୁ ପଠାଇଥିବା ବ୍ୟକ୍ତିଗତ ଅଙ୍ଗର ଫଟୋ ଦେଖାଇ ରେଣୁକାଙ୍କ ବ୍ୟକ୍ତିଗତ ଅଙ୍ଗକୁ ଗୋଇଠା ମାରିଥିଲେ, ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe