ଏହି ୨ ଅଭିନେତ୍ରୀଙ୍କ ସହ ସ୍କ୍ରିନ ସେୟାର କରିବାକୁ ଚାହାନ୍ତି ତାରେ ଜମିନ୍ ପରର ଅଭିନେତା ଦର୍ଶୀଲ

Advertisment
ଏହି ୨ ଅଭିନେତ୍ରୀଙ୍କ ସହ ସ୍କ୍ରିନ ସେୟାର କରିବାକୁ ଚାହାନ୍ତି ତାରେ ଜମିନ୍ ପରର ଅଭିନେତା ଦର୍ଶୀଲ

ମୁମ୍ବାଇ: ଅଭିନେତା ଦର୍ଶୀଲ ସଫାରି ଫିଲ୍ମ 'ତାରେ ଜମିନ୍ ପର' ଜରିଆରେ ବଲିଉଡରେ ପାଦ ଦେଇଥିଲେ। ଫିଲ୍ମଟି ରିଲିଜ୍ ପରେ ଦର୍ଶୀଲଙ୍କ ଇଶାନ ଅବସ୍ତି ଚରିତ୍ରଟି ଏକ ଅଲିଭା ଛାପ ଛାଡ଼ିଥିଲା। ଅଭିନେତା ଅମୀର ଖାନଙ୍କ ସହ ଦର୍ଶୀଲଙ୍କ ଅଭିନୟ ସମସ୍ତଙ୍କ ମନ କିଣି ନେଇଥିଲା। ଏହି ଚଳଚ୍ଚିତ୍ର ୨୦୦୭ ମସିହାରେ ରିଲିଜ୍ ହୋଇଥିବା ବେଳେ ​ସେହି ସମୟରେ ଦର୍ଶୀଲଙ୍କୁ ମାତ୍ର  ୧୦ ବର୍ଷ ବୟସ ହୋଇଥିଲା। ଏହି ଚଳଚ୍ଚିତ୍ରଟି ଦର୍ଶୀଲଙ୍କ ସହ ଅମୀରଙ୍କ ପାଇଁ ମଧ୍ୟ ଚ୍ୟାଲେଞ୍ଜିଂ ଥିଲା, କାରଣ ଏହି ଫିଲ୍ମରୁ ସେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରୁଥିଲେ। ତେବେ ଫିଲ୍ମ ରିଲିଜକୁ ୧୫ବର୍ଷ ବିତିଥିବା ବେ‌ଳେ ଏବେ ୨୫ବର୍ଷରେ ପାଦ ଦେଇଛନ୍ତି ଦର୍ଶୀଲ।

ଇ-ଟାଇମ୍ସ ସହିତ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ମୋ ରିଲ୍ ଲାଇଫ୍ ବାପା ଅମୀର ଖାନଙ୍କ ସହ ମୁଁ ଯୋଗାଯୋଗରେ ଅଛି। ଅନେକ ପ୍ରୋଜେକ୍ଟରେ ଅମୀର ଖାନ ମୋତେ ସାହାଯ୍ୟ କରିଛନ୍ତି। ‌ତେବେ ମୋତେ ଯଦି ଆଗକୁ କାମ କରିବାର ସୁଯୋଗ ମିଳେ ମୁଁ ଅଭିନେତ୍ରୀ ସାରା ଅଲୀ ଖାନ୍ ଓ ଜାହ୍ନବୀ କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ପସନ୍ଦ କରିବି। ତାଙ୍କ ସହିତ କାମ କରିବାକୁ କିଏ ବା ନଚାହିଁବ ? ଉଭୟ ସାରା ଏବଂ ଜାହ୍ନବୀ ଇଣ୍ଡଷ୍ଟ୍ରିରେ ବଡ ନାଁ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe