‘ଦେବଦାସ’ର ଅଭୂତପୂର୍ବ ସଫଳତା ପରେ ପରଦାକୁ ଆସିବ ‘ଦାସଦେବ’

Advertisment
‘ଦେବଦାସ’ର ଅଭୂତପୂର୍ବ ସଫଳତା ପରେ ପରଦାକୁ ଆସିବ ‘ଦାସଦେବ’

ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦେବଦାସ’ ୨୦୦୨ରେ ଅନେକ ଲୋକପ୍ରିୟତା ହାସଲ କରିବା ସହିତ ଫିଲ୍ମଟି ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଥିଲା। ଆଜି ମଧ୍ୟ ଫିଲ୍ମଟିକୁ ଦର୍ଶକ ମନେ ରଖିଛନ୍ତି ଯାହା ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲା ତେବେ ଏହି ଫିଲ୍ମକୁ ଆଧାର କରି ଆଉ ଏକ ଫିଲ୍ମ ୨୦୧୮ରେ ପରଦାକୁ ଆସିବ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡ଼ିଛି।

publive-image

ଆଗାମୀ ୨୦୧୮ ଭାଲେଂଟାଇନ ସପ୍ତାହରେ ସୁଧୀର ମିଶ୍ରାଙ୍କ ରୋମାଂଟିକ ଫିଲ୍ମ ‘ଦାସଦେବ’ ରିଲିଜ୍‌ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଫିଲ୍ମ ‘ଦେବଦାସ’ର ସିକ୍ୱେଲ ରୋମାଂଟିକ ଥ୍ରିଲର ୨୦୧୮ ଫେବୃୟାରି ୧୨ରେ ରିଲିଜ ହେବ। ଫିଲ୍ମରେ ପାରୋ ଭୂମିକାରେ ରିଚା ଚଢ଼ା, ଚନ୍ଦ୍ରମୁଖୀ ଭୂମିକାରେ ଆଦିତି ରାଓ ଏବଂ ଦେବଦାସ ଭୂମିକାରେ ରାହୁଲ ଭଟ୍ଟ ନଜର ଆସିବେ। ଷ୍ଟର୍ମ ପିକଚର୍ସ ଦ୍ୱାରା ପ୍ରସ୍ତୁତ ଏବଂ ସପ୍ତର୍ଷି ସିନେଭିଜନ ଦ୍ୱାରା ର୍ନିମିତ ଏହି ଫିଲ୍ମଟି ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କ୍ଲାସିକ୍‌ ଉପନ୍ୟାସ ‘ଦାସଦେବ’ର ଏକ ଆଧୁନିକ ସିନେମା ଅଟେ।

ତେବେ ମିଶ୍ରାଙ୍କ କହିବା ଅନୁସାରେ, ସେ ଏହି ଫିଲ୍ମକୁ ଏକ ନିଆରା ରୂପରେ ର୍ନିମାଣ କରିବାକୁ ଯାଉଛନ୍ତି ଏବଂ ଏହା କରିବା ପାଇଁ ତାଙ୍କର ଅଧିକାର ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe