ପରଦାର ନିରୀହ ଚେହେରାରେ ଲାଗିଲା ଦାଗ: ହୀରା ବ୍ୟବସାୟୀଙ୍କ ହତ୍ୟା ପଛରେ ‘ଗୋପୀ ବୋହୂ’ଙ୍କ ହାତ!

ପରଦାର ନିରୀହ ଚେହେରାରେ ଲାଗିଲା ଦାଗ: ହୀରା ବ୍ୟବସାୟୀଙ୍କ ହତ୍ୟା ପଛରେ ‘ଗୋପୀ ବୋହୂ’ଙ୍କ ହାତ!

ଗୌହ୍ଵାଟୀ: ଟିଭି ଧାରାବାହିକର ଲୋକପ୍ରି୍ରୟ ମୁହଁ ଦେବୋଲନା ଭଟ୍ଟାଚାର୍ଯ୍ୟଙ୍କୁ ଆସାମ ପୁଲିସ୍‌ ହତ୍ୟା ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ କରିଛି। ‘ସାଥ୍‌ ନିଭାନୋ ସାଥିଆଁ’ର ଏହି ଲୋକପ୍ରିୟ ନାୟିକା ଗୋପୀ ବୋହୂ ପରି ଏକ ସରଳ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଲୋକଙ୍କୁ ନିଜ ଆଡ଼କୁ ଟାଣିଥିବା ବେଳେ ତାଙ୍କ ଉପରେ ଲାଗିଥିବା ହତ୍ୟା ଅଭିଯୋଗ ଏବେ ସଭିଙ୍କୁ ଚକିତ କରିଛି। ଅଭିଯୋଗ ହୋଇଛି ଯେ ହୀରା ବ୍ୟବସାୟୀ ରାଜେଶ୍ୱର କିଶୋରିଲାଲଙ୍କ ହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ରହିଛି। ଏହି କାରଣରୁ ତାଙ୍କୁ ଗିରଫ କରାଯାଇ ପୁଲିସ୍‌ ହେପାଜତ୍‌ରେ ନିଆଯାଇଛି।

publive-image

ମିଳିଥିବା ସୂଚନା ମୁତାବକ, ରାଜେଶ୍ୱର କିଶୋରିଲାଲ ଉଦାନି ନାମକ ହୀରା ବ୍ୟବସାୟୀ ନଭେମ୍ବର ୨୮ ତାରିଖରେ ନିଜ ଘରୁ ବାହାରି ଯାଇ ଆଉ ଘରକୁ ଫେରି ନଥିଲେ। ପରଦିନ ୨୯ ତାରିଖରେ ତାଙ୍କ ପୁଅ ପନ୍ତନଗର ପୁଲିସ୍‌ରେ ଏକ ନିଖୋଜ ରିପୋର୍ଟ ଲେଖାଇଥିଲେ। ଏହା ପରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏବେ ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ଦେବୋଲନା ଭଟ୍ଟାଚାର୍ଯ୍ୟ ଉକ୍ତ ହୀରା ବ୍ୟବସାୟୀଙ୍କ ହତ୍ୟା ମାମଲାରେ ସାମିଲ୍‌ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe