ଓଲିଉଡ୍ର ଜଣାଶୁଣା ନାୟକ ଦୀପକ ଓ ନାୟିକା ଅନୁଭାଙ୍କ ଅଭିନୀତ ‘ଏଇ ବୋଧେ ଭଲ ପାଇବା’ ଖୁବ୍ଶୀଘ୍ର ମୁକ୍ତିଲାଭ କରିବ ବୋଲି ନିର୍ଦ୍ଦେଶକ ସୁଧାକର ବସନ୍ତ ସୂଚନା ଦେଇଛନ୍ତି। ଏହାର ପୋଷ୍ଟ୍ ପ୍ରଡକ୍ସନ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଦୀପକ ଓ ଅନୁଭା ପ୍ରଥମଥର ଲାଗି ଏକାଠି ନଜର ଆସିବେ। ଉଭୟଙ୍କ ବ୍ୟତୀତ କୁନା ତ୍ରିପାଠୀ, ନନ୍ସେନ୍ସ ମଣି, ମଧୁ, ନମିତା, ପ୍ରତିଭା ପଣ୍ଡା ଓ ସରୋଜ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ରଂଜନକୁମାର ଦାସ ଏହାର କାହାଣୀ ରଚନା କରିଥିବା ବେଳେ ଡକ୍ଟର ରଜନୀରଂଜନ ଏହି ସିନେମାର ସଂଳାପ ଲେଖିଛନ୍ତି। ଏହାର ପ୍ରଯୋଜକ ହେଲେ ସିଦ୍ଧାର୍ଥ ପାତ୍ର ଓ ଆଲେକଜାଣ୍ଡର୍ ଦାସ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us