ଉୟଭ ସିନ୍ଧି ଓ କୋଙ୍କଣୀ ଶୈଳୀରେ ହେବ ରଣଦୀପଙ୍କ ବିବାହ; ପ୍ରସ୍ତୁତ ହେଲେଣି ଏହି ଯୋଡ଼ି

ଉୟଭ ସିନ୍ଧି ଓ କୋଙ୍କଣୀ ଶୈଳୀରେ ହେବ ରଣଦୀପଙ୍କ ବିବାହ; ପ୍ରସ୍ତୁତ ହେଲେଣି ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ରଣବୀର ସିଂହ ଓ ଦୀପିକା ପାଦୁକୋନ ଚଳିତବର୍ଷ ନଭେମ୍ବର ୧୪ ଓ ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ, ଏହି ବିବାହ ଇଟାଲିରେ ଉଭୟ ସିନ୍ଧି ଓ କୋଙ୍କଣି ପରମ୍ପରା ଅନୁଯାୟୀ ହେବ ବୋଲି ସୂଚନା ରହିଛି। ଏବେଠାରୁ ସେମାନଙ୍କ ବିବାହ ପୂର୍ବବର୍ତ୍ତୀ(ପ୍ରି-େଓ୍ଵଡିଂ) ଉତ୍ସବ ଗୁଡ଼ିକ ଆରମ୍ଭ ହୋଇଗଲାଣି। ନିକଟରେ ଦୀପିକା ନନ୍ଦି ପୂଜା ସକାଶେ ତାଙ୍କ ବାପାମାଆ ରହୁଥିବା ବାଙ୍ଗଲୋର ବାସଭବନକୁ ଯାଇଥିଲେ।

ତେବେ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦୀପିକା ହେଉଛନ୍ତି କର୍ଣ୍ଣାଟକର ବ୍ରାହ୍ମଣ ପରିବାର ଝିଅ। ତାଙ୍କ ମାତୃଭାଷା କୋଙ୍କଣିି। ଦୀପିକାଙ୍କ ପରମ୍ପରା ଅନୁଯାୟୀ, ୧୪ ତାରିଖରେ ବିବାହ ପ୍ରଥମେ କୋଙ୍କଣି ରୀତିନୀତି ଶୈଳୀରେ ହେବ। ସେହିପରି ରଣବୀରଙ୍କ ପରମ୍ପରା ସିନ୍ଧି ଶୈଳୀରେ ପରଦିନ ଅର୍ଥାତ ଡିସେମ୍ବର ୧୫ ତାରିଖରେ ବିବାହ କରିବାର ଯୋଜନା ରହିଛି। ଏହି ଦୁଇଦିନିଆ ବିବାହରେ ଯୋଗ ଦେଇ ଅତିଥିମାନେ ୧୬ ତାରିଖରେ ନିଜ ନିଜ ଘରକୁ ଫେରିବେ ବୋଲି ସୂଚନା ରହିଛି।

ବିବାହକୁ ଲକ୍ଷ କରି ଏହି ଯୋଡ଼ି ଏବେ ଠାରୁ ଅଳଙ୍କାର ତିଆରିବା ପାଇଁ ବରାଦ ଦେଇ ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅକ୍ଟୋବର ମାସରେ ସେ ଦୁହେଁ ନିଜର ବିବାହ ସଂପର୍କରେ ଟୁଇଟର୍‌ରେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe