ଟେଲିଭିଜନ ଦୁନିଆର ସୀତା ହେବେ ଆତଙ୍କବାଦୀଙ୍କ ପତ୍ନୀ !

Advertisment
ଟେଲିଭିଜନ ଦୁନିଆର ସୀତା ହେବେ ଆତଙ୍କବାଦୀଙ୍କ ପତ୍ନୀ !

ndtv

ନୂଆଦିଲ୍ଲୀ : ରାମାନନ୍ଦ ସାଗରକୃତ ଧାରାବାହିକ ‘ରାମାୟଣ’ରେ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆଙ୍କୁ ଟେଲିଭିଜନ ପରଦାରେ ଦେଖିବା ପରେ ଅନେକ ତାଙ୍କୁ ସୀତା ଦେବୀ ଭାବେ ପୂଜିବାକୁ ବି ପଛେଇ ନ ଥିଲେ। ତାଙ୍କର ଅଭିନୟକୁ ପସନ୍ଦ କରିଥିବା ପ୍ରଶଂସକଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର। ପ୍ରାୟ ୨୩ ବର୍ଷ ପରେ ଦୀପିକା ନଜର ଆସିବାକୁ ଯାଉଛନ୍ତି ବଡ଼ ପରଦାରେ । ମିଡିଆ ରିପୋର୍ଟ ଅନୁଯାୟୀ , ଦୀପିକା 'ଗାଲିବ' ନାମକ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଯେଉଁଥିରେ ସେ ଆତଙ୍କବାଦୀ ଅଫଜଲ୍‌ ଗୁରୁଙ୍କ ପତ୍ନୀ ଭାବରେ ନଜର ଆସିବାକୁ ଯାଉଛନ୍ତି। ଏଥିରେ ତାଙ୍କ ଚରିତ୍ରର ନାମ 'ତବସୁମ'ରହିଛି । ଏହାର ସୁଟିଂ ବର୍ତ୍ତମାନ ଆହ୍ଲାବାଦ ଏବଂ ବାରଣାସୀରେ ଆରମ୍ଭ ହୋଇଛି।

ରାମାନନ୍ଦ ସାଗରଙ୍କ ରାମାୟଣରେ ଦୀପିକା ସୀତାଙ୍କ ଚରିତ୍ରରେ ଏପରି ମନଜିଣା ଅଭିନୟ କରିଥିଲେ କି ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ମନେ ରଖିଛନ୍ତି। ତେବେ ସେ ଏବେ ବଡ଼ ପରଦାକୁ ଫେରିବା ସହ ଦେଖା ଦେବେ ଏକ ଭିନ୍ନ ଅବତାରରେ । ‘ଗଲିିବ’ ଚଳଚ୍ଚିତ୍ରଟି ଆତଙ୍କବାଦୀ ଅଫଜଲ ଗୁରୁଙ୍କ ପୁଅ ଗାଲିବ ଉପରେ ଆଧାରିତ ହୋଇଛି । ଦୀପିକା ପ୍ରାୟ ୨୦ ବର୍ଷ ପରେ କ୍ୟାମେରା ସମ୍ନାକୁ ଆସୁଛନ୍ତି। ତାଙ୍କୁ ଶେଷ ଥର ୧୯୮୯ ମସିହାରେ 'ଘରକା ଚିରାଗ' ଏବଂ ୧୯୯୧ 'ରୁପୟା ୧୦ କରୋଡ଼' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe