Image Courtesy of Hindustan Times
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କୋଭିଡ -୧୯ ପଜିଟିଭ ହୋଇଛନ୍ତି । ବର୍ତ୍ତମାନ ସେ ପରିବାର ସହିତ ବାଙ୍ଗାଲୋରରେ ଅଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ତାଙ୍କ ବାପା ପ୍ରକାଶ ପାଦୁକୋନ, ମାତା ଉଜାଲା ପାଦୁକୋନ ଏବଂ ଭଉଣୀ ଅନିଶା ପାଦୁକୋନ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ | ଦୀପିକାଙ୍କ ବାପା ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ବିଷୟରେ ବିସ୍ତୃତ ତଥ୍ୟ ମିଳିପାରିନାହିଁ |
ତେବେ ପ୍ରକାଶ ପାଦୁକୋନଙ୍କ ଘନିଷ୍ଠ ବନ୍ଧୁ ତଥା ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ ବିମଲ କୁମାର କହିଛନ୍ତି, '୧୦ ଦିନ ପୂର୍ବରୁ ପ୍ରକାଶ, ତାଙ୍କ ପତ୍ନୀ ଉଜାଲା ଏବଂ ସେମାନଙ୍କର ଦ୍ୱିତୀୟ ଝିଅ ଅନିଶା କରୋନା ଲକ୍ଷଣ ଅନୁଭବ କରିବାରୁ ସେମାନଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ରିପୋର୍ଟ ପଜିଟିଭ ଆସିଥିବାରୁ ଶନିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଭଲ ଅଛନ୍ତି। ପତ୍ନୀ ଏବଂ ଝିଅ ଘରେ ଅଛନ୍ତି। ଆଶା କରାଯାଉଛି ଯେ ପ୍ରକାଶ ୨ ରୁ ୩ ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ ହେବେ। ସୂଚନା ଥାଉ କି ପ୍ରକାଶ ପାଦୁକୋନ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ୧୯୮୦ ରେ ସମ୍ମାନଜନକ ଅଲ ଇଂଲଣ୍ଡ ଚାମ୍ପିଅନସିପ ଟାଇଟଲ ଜିତିଥିଲେ |
Follow Us