ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ‘ଦୀପିକା ଫ୍ୟାନ୍‌ କ୍ଲବ୍‌’ ପକ୍ଷରୁ ବାଂଲାଦେଶରେ ନଳକୂପ

Advertisment
ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ‘ଦୀପିକା ଫ୍ୟାନ୍‌ କ୍ଲବ୍‌’ ପକ୍ଷରୁ ବାଂଲାଦେଶରେ ନଳକୂପ

ନିକଟରେ ଦୀପିକା ପାଦୁକୋଣ ପାଳନ କରିଥିଲେ, ନିଜର ବତିଶତମ ଜନ୍ମ ଦିନ। ଏହି ଶୁଭ ଦିନ ଅବସରରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ବଧାଇ ଜଣାଇବା, ଏକ ନୂଆ କଥା ହୋଇ ନ ପାରେ। ସେ ସଫଳତାର ଶୀର୍ଷରେ। ତାଙ୍କର ଅନେକ ପ୍ରଶଂସକ। ଦେଶ-ବିଦେଶରେ ତାଙ୍କର ଅନେକ ଫ୍ୟାନ୍‌ କ୍ଲବ୍‌। ଏ ଭଳି ଗୋଟିଏ ସଂଘ ହେଉଛି ‘ବାଂଲାଦେଶୀ ଅରବୀ ଫ୍ୟାନ୍‌ କ୍ଲବ୍‌’। ସଂଘଟି ରହିଛି ବାଲାଂଦେଶରେ। ଏ ବର୍ଷ ଏହି ଫ୍ୟାନ୍‌ କ୍ଲବ୍‌ର ସଦସ୍ୟମାନେ ଦୀପିକାଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିଛନ୍ତି। ବାଂଲାଦେଶ ଅନ୍ତର୍ଗତ ଗାଁ-ଗଣ୍ଡା ଯେଉଁଠି ପାନୀୟ ଜଳର ଅଭାବ, ସେସବୁ ସ୍ଥାନରେ ଦୀପିକାଙ୍କ ନାମରେ ନଳ କୂପ ବସାଯାଉଛି। ଚଳିତ ବର୍ଷ ଏକ ହଜାର ନଳ କୂପ ବସାଇବାକୁ ତାଙ୍କ ପ୍ରଶଂସକମାନେ ଲକ୍ଷ୍ୟ ରଖିଛନ୍ତି। ଜନ୍ମ ଦିନ ଅବସରରେ ଏ ଭଳି ବିରଳ ଉପହାରର ଖବର ପାଇ ଦୀପିକାଙ୍କ ଛାତି କୁଣ୍ଢେମୋଟ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe