ଶିଶୁକନ୍ୟାର ମାତାପିତା ହେଲେ ଦୀପିକା-ରଣବୀର

ମା' ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ | ଶିଶୁକନ୍ୟାକୁ ଜନ୍ମ ଦେଲେ ଦୀପିକା | ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦୀପିକା ପାଦୁକୋନଙ୍କୁ ଗତକାଲି ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

wte

ମୁମ୍ବାଇ: ମା' ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ | ଶିଶୁକନ୍ୟାକୁ ଜନ୍ମ ଦେଲେ ଦୀପିକା | ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦୀପିକା ପାଦୁକୋନଙ୍କୁ ଗତକାଲି ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଶିଶୁକନ୍ୟା ଜନ୍ମ ହେବାରୁ ଉଭୟ ଦୀପିକା ଓ ରଣବୀର ମାତାପିତା ହୋଇଛନ୍ତି | 

ଏହାପୂର୍ବରୁ ସୂଚନା ମିଳିଥିଲା ଯେ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ସନ୍ତାନକୁ ସେପ୍ଟେମ୍ବର ୨୮ରେ ସ୍ୱାଗତ କରିବେ। କିନ୍ତୁ ନିର୍ଦ୍ଧାରିତ ତାରିଖର ୨୦ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା। କୁହାଯାଉଛି ଯେ, ଅସ୍ତ୍ରୋପଚାର କରାଯାଇ ଦୀପିକାଙ୍କ ପ୍ରସବ କରାଯାଇଛି | ହେଲେ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ |

ପୂର୍ବରୁ ଦୀପିକାଙ୍କ ପ୍ରସବ ସେପ୍ଟେମ୍ବର ୨୮, ୨୦୨୪ରେ ଦକ୍ଷିଣ ବମ୍ବେର ଏକ ଡାକ୍ତରଖାନାରେ ହେବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହୋଇଥିଲା | ଏହି ତାରିଖ ସାମ୍ନାକୁ ଆସିବା ପରେ ଜଣାପଡ଼ିଥିଲା ଯେ, ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମ ମଧ୍ୟ ସେପ୍ଟେମ୍ବର ୨୮ରେ ହୋଇଥିଲେ। ରଣବୀର, ଦୀପିକାଙ୍କ ପୂର୍ବ ପ୍ରେମିକ ହୋଇଥିବାରୁ  ତାଙ୍କ ଜନ୍ମଦିନରେ ଦୀପିକାଙ୍କ ପ୍ରସବ ହେବା ଏକ ସଂଯୋଗ ବୋଲି ଲୋକେ ଦାବି କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe