ଝିଅର ଏହି ନାମ ଦେଲେ ଦୀପବୀର, ଜଣାଇଲେ ଅର୍ଥ

ଦୀପାବଳି ଅବସରରେ ଝିଅର ନାମକରଣ କଲେ ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ। ଝିଅର ପାଦର ଫଟୋ ସେୟାର କରି ଜଣାଇଲେ ନାମର ଅର୍ଥ।

deepika

ମୁମ୍ବାଇ: ଦୀପାବଳି ଅବସରରେ ଝିଅର ନାମକରଣ କଲେ ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ। ଝିଅର ପାଦର ଫଟୋ ସେୟାର କରି ଜଣାଇଲେ ନାମର ଅର୍ଥ। ଦୀପିକା ଇନଷ୍ଟାରେ ଝିଅର ପାଦ ଫଟୋ ସେୟାର କରି ଦୁହେଁ ନିଜ ଝିଅର ଦାମ ଦୁଆ ପାଦୁକୋନ ସିଂହ ରଖିଥିବା ଲେଖିଛନ୍ତି। ଦୁଆର ଅର୍ଥ ହେଲା ପ୍ରାର୍ଥନା। ଏତେ ବର୍ଷ ପରେ ଦୁହିଁଙ୍କ ପ୍ରାର୍ଥନାର ଉତ୍ତର ଭାବେ ଝିଅ ଆସିଥିବାରୁ ତା’ର ନାମ ଦୁଆ ରଖାଯାଇଥିବା ଜଣାଇଛନ୍ତି ଦୀପବୀର।

ଯଦି ଆମେ ଦୀପିକାଙ୍କ ଇନଷ୍ଟା ପୋଷ୍ଟ ଦେଖିବା ତେବେ ସେ ଲାଲ ରଙ୍ଗର ପୋଷା ପିନ୍ଧିଥିବା ଭଳି ଦେଖାଯାଉଛି। ଏହା ସହ ଝିଅକୁ ବି ଲାଲ ରଙ୍ଗର ପୋଷାକ ପିନ୍ଧାଇଛନ୍ତି। ଫଟୋର କ୍ୟାପସନ‌ରେ ସେ ଲେଖିଛନ୍ତି, "ଦୁଆ ପାଦୁକୋନ ସିଂ। 'ଦୁଆ': ଯାହାର ଅର୍ଥ ହେଉଛି ପ୍ରାର୍ଥନା । କାରଣ ଆମ ଝିଅ ଆମ ପ୍ରାର୍ଥନାର ଉତ୍ତର। ତାକୁ ପାଇ ଆମର ହୃଦୟ ଭଲପାଇବା ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ। ଦୀପିକା ଏବଂ ରଣବୀର।"

ଯଦି ଆମେ ଦୀପିକା ପାଦୁକୋନଙ୍କ ପେସାଦାର ଜୀବନ ଦେଖିବା ତେବେ ଅଭିନେତ୍ରୀ ସିଙ୍ଗହମ ଏଗେନରେ କାମିଓ କରିଛନ୍ତି। ଦୀପାବଳିରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି | ଏହି ଚଳଚ୍ଚିତ୍ରରେ ରଣବୀର ସିଂ ମଧ୍ୟ କାମିଓ କରିଛନ୍ତି। ଫିଲ୍ମ ରିଲିଜ୍ ହେଉ ହେଉ ବକ୍ସ ଅଫିସରେ ଧମାଲ କରିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe