ଏହି ସ୍ଥାନରେ ବିବାହ କରିବାକୁ ଯାଉଛନ୍ତି ଦୀପିକା ଓ ରଣବୀର, ଗୋଟିଏ ଦିନ ପାଇଁ ୮.୫ଲକ୍ଷରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପଡ଼ିଥାଏ

Advertisment
ଏହି ସ୍ଥାନରେ ବିବାହ କରିବାକୁ ଯାଉଛନ୍ତି ଦୀପିକା ଓ ରଣବୀର, ଗୋଟିଏ ଦିନ ପାଇଁ ୮.୫ଲକ୍ଷରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପଡ଼ିଥାଏ

ମୁମ୍ବାଇ : ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ିଙ୍କ ମଧ୍ୟରେ ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ରହିଛି। ଦୁହିଁଙ୍କ ବିବାହ ତାରିଖକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ସେସବୁ ସବୁ ଚର୍ଚ୍ଚାର ଅନ୍ତ ଘଟିବା ସହ ଦୁହିଁଙ୍କ ବିବାହ ତାରିଖ ସ୍ଥିର ହୋଇଛି । ଦୁହେଁ ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ନିମନ୍ତ୍ରଣ ପତ୍ରର ଫଟୋ ପୋଷ୍ଟ କରି ନଭେମ୍ବର୧୪-୧୫ରେ ଦୁହେଁ ବିବାହ କରିବେ ବୋଲି ସ୍ପଷ୍ଟ କରିଥିଲେ । ତେବେ ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକ ମଧ୍ୟରେ ଏକ ବଡ଼ ପ୍ରଶ୍ନବାଚୀ ହୋଇଛି କି ଦୀପିକା ଓ ରଣବୀର କେଉଁଠାରେ ବିବାହ କରିବେ।

ତେବେ ଦୀପାବଳୀର ୭ଦିନପରେ ହେବାକୁ ଯାଉଥିବା ଦୀପିକା ଓ ରଣବୀରଙ୍କ ବିବାହ କାର୍ଯ୍ୟକ୍ରମ ଇଟାଲିରୁ ନେଇ କୋମୋ ପର୍ଯ୍ୟନ୍ତ ଆୟୋଜିତ ହେବାର ସମ୍ଭାବନା ରହିଛି। ପ୍ରକାଶିତ ଖବର ମୁତାବକ, ଦୁହିଁଙ୍କ ବିବାହ ବିଳାଶପୂର୍ଣ୍ଣ ବିଲା ଡେଲ ବାଲଡିୟାନେଲିରେ ହେବାକୁ ଯାଉଛି। ବିବାହ ଉତ୍ସବରେ ପାଖାପାଖି ୩୦ଜଣ ସ୍ୱତନ୍ତ୍ର ବନ୍ଧୁବନ୍ଧବ ସାମିଲ ହେବାର ଶୁଣିବାକୁ ମିଳୁଛି। ଯାହାଙ୍କୁ ଏହି ଉତ୍ସବକୁ ଖାସ୍‌ ନିମନ୍ତ୍ରଣ ରହିଛି। ଡିସେମ୍ବର ୧ରେ ଭାରତରେ ଦୁହିଁଙ୍କ ବିବାହ ଭୋଜି ରହିଥିବା ଜଣାପଡ଼ିଛି।

publive-image

ସମୁଦ୍ର ଓ ତା’ସଙ୍ଗକୁ ଇନ୍ଦ୍ରଧନୁର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଥିବା ଏହି ବିଲା ନିଜର ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାଏ। ଏହି ହୋଟେଲ ଅନେକ ଇଣ୍ଟରନ୍ୟାସନାଲ ତାରକଙ୍କ ବିବାହ ପାଇଁ େଓ୍ଵଡିଂ ଡେଷ୍ଟିନେସନ୍‌ ରହିଛି। ଗୋଟିଏ ଦିନ ରହିବାକୁ ହେଲେ ଏହି ହୋଟେଲ ପାଇଁ ୮.୫ଲକ୍ଷରୁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe