ନିର୍ବନ୍ଧ ପରେ ଦୀପିକାଙ୍କ ପୂର୍ବତନ ପ୍ରେମିକ ସେୟାର କଲେ ଏଭଳି ପୋଷ୍ଟ

Advertisment
ନିର୍ବନ୍ଧ ପରେ ଦୀପିକାଙ୍କ ପୂର୍ବତନ ପ୍ରେମିକ ସେୟାର କଲେ ଏଭଳି ପୋଷ୍ଟ

ନୂଆଦିଲ୍ଲୀ: ଦୀପିକା ପାଦୁକୋନଙ୍କ ପୂର୍ବତନ ପ୍ରେମିକା ସିଦ୍ଧାର୍ଥ ମାଲ୍ୟା ତାଙ୍କ ଜୀବନରେ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ସେ ନିକଟ‌ରେ ଆୟୋଜିତ ହୋଇଥିବା ହେଲୋବିନ୍ ପାର୍ଟିରେ ଏକ ନିଆରା ଶୈଳୀରେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ।  ତେବେ ଦୀପିକା ପାଦୁକୋନଙ୍କ ରଣବୀର ସିଂଙ୍କ ସହ ସମ୍ପର୍କ ଯୋଡ଼ିହେବା ପୂର୍ବରୁ ସେ ସିଦ୍ଧାର୍ଥ ମାଲ୍ୟାଙ୍କୁ ଡେଟ କରୁଥିଲେ। ଏଦୁହିଁଙ୍କ ପ୍ରେମ ସମ୍ପର୍କ ବି ବେଶ ଚର୍ଚ୍ଚାରେ ରହିଥିଲା।

୨୦୨୩ ନଭେମ୍ବର ୧ରେ ସିଦ୍ଧାର୍ଥ ମାଲ୍ୟା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫ୍ୟାନ୍ସମାନଙ୍କ ଫଟୋ ସେୟାର କରି ସରପ୍ରାଇଜ ଦେଇଛନ୍ତି। ଏହି ପୋଷ୍ଟରେ  ସେ ତାଙ୍କ ପ୍ରେମିକା ଜସ୍ମିନଙ୍କ ସହ ଦୁଇଟି ନିର୍ବନ୍ଧ ଫଟୋ ସେୟାର କରିଛନ୍ତି।

ପ୍ରଥମ ଫଟୋରେ, ସେ ଆଣ୍ଠୁରେ ବସି ଜସ୍ମିନଙ୍କୁ ହାତ ମାଗୁଥିବାର ନଜର ଆସୁଛନ୍ତି। ଏହି ଫଟୋ ସେୟାର କରି ‌ସିଦ୍ଧାର୍ଥ ଏକ ସୁନ୍ଦର କ୍ୟାପସନରେ ଦେଇ ଲେଖିଛନ୍ତି, "ହଁ ମୁଁ ଅନୁମାନ କରୁଛି ତୁମେ ବର୍ତ୍ତମାନ ମୋ ସହିତ ସବୁଦିନ ପାଇଁ ଫସି ଯାଇଛ। ମୋ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଧନ୍ୟବାଦ।’

ପରବର୍ତ୍ତୀ ଫଟୋରେ ସିଦ୍ଧାର୍ଥ ତାଙ୍କ ପ୍ରେମିକା ଜସ୍ମିନଙ୍କ ସହ ଖୁସିରେ ପୋଜ୍ ଦେଉଥିବା ନଜର ଆସିଛନ୍ତି। ଏହି ଫଟୋରେ ସିଦ୍ଧାର୍ଥ କମଳାରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଜସ୍ମିନ ଜାମୁନରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସୁଛନ୍ତି। ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଯଥାଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବି ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe