ସ୍ବାମୀଙ୍କୁ ପ୍ରତାରଣା ଟ୍ରୋଲ୍‌ ମଧ୍ୟରେ ରିଲ୍‌ ସେୟାର କଲେ ଦୀପିକା, କମେଣ୍ଟ କଲେ ରଣବୀର

ସ୍ବାମୀଙ୍କୁ ପ୍ରତାରଣା ଟ୍ରୋଲ୍‌ ମଧ୍ୟରେ ରିଲ୍‌ ସେୟାର କଲେ ଦୀପିକା, କମେଣ୍ଟ କଲେ ରଣବୀର

ନୂଆଦିଲ୍ଲୀ:  ଦୀପିକା ପାଦୁକୋନ୍ ‘କଫି ଉଇଥ୍‌ କରଣ’ର ସିଜନ-୮ ରେ କିଛି ମନ୍ତବ୍ୟ ପାଇଁ ଆଜିକାଲି ହେଡଲାଇନ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି। ଏସବୁ ମଧ୍ୟରେ ଅଭିନେତ୍ରୀ ଏକ ରିଲ୍‌ କରି ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ସେ ତାଙ୍କ ରିଲ୍‌ରେ କହୁଛନ୍ତି, ‘‘ସୋ ବିୟୁଟିଫୁଲ୍‌, ସୋ ଏଲି‌ଗେଣ୍ଟ୍‌, ଜଷ୍ଟ୍‌ ଲୁକିଂ ଲାଇକ୍‌ ୱାଓ, ଜଷ୍ଟ୍‌ ଲୁକିଂ ଲାଇକ୍‌ ୱାୱ’’। ଅର୍ଥାତ ଦୀପିକ‌ା କେଉଁ ଏକ ସୌନ୍ଦର୍ଯ୍ୟକୁ ମନ ଭରି ପ୍ରଶଂସା କରୁଛନ୍ତି।

ସେ ଏହି ରିଲ୍ ସେୟାର କରିବା ପରେ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ତାଙ୍କର ଏହି ରିଲ୍ସରେ ରଣବୀର ସିଂହ ‘‘"ହାହାହାହାହାହାହାହା !!!!!’’ ବୋଲି ଲେଖି କମେଣ୍ଟ୍‌ ଦେଇଛନ୍ତି। କେବଳ ରଣବୀର ନୁହନ୍ତି ‘କଫି ଉଇଥ୍‌ କରଣ’ର ହୋଷ୍ଟ୍‌ କରଣ ଜୋହର ମଧ୍ୟ ଦୀପିକାଙ୍କ ପୋଷ୍ଟ୍‌ରେ କମେଣ୍ଟ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ‘‘ମୁଁ ଏହାକୁ ଖୁବ୍ ଭଲପାଏ’’।

ବିଭିନ୍ନ କାରଣ ପାଇଁ ଆରମ୍ଭରୁ  ଚର୍ଚ୍ଚାରେ ରହି ଆସିଛି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣ’ । ଏହି ସୋ’ରେ ଭିନ୍ନ କଳାକାରମାନେ ଯୋଗ ଦେଇ ସେମାନଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଥାନ୍ତି। ନିକଟରେ ‘କଫି ଉଇଥ୍‌ କରଣ’ର ଏକ ନୂଆ ସିଜିନ୍‌ ଆରମ୍ଭ ହୋଇଯାଇଛି। ସିଜିନ୍‌ର ପ୍ରଥମ ଏପିସୋଡ୍‌ରେ ଅତିଥି ଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କ ଅଭିନେତା ସ୍ବାମୀ ରଣବୀର ସିଂହ। ତେବେ ସୋ’ରେ ଦୀପିକା କିଛି ଏପରି କହି ଦେଇଥିଲେ, ଯାହାକୁ ନେଇ ଏବେ ସୋସିଆଲ୍‌ ଖୁବ୍ ଟ୍ରୋଲ୍‌ କରାଯାଉଛି। ସେ ରଣବୀରଙ୍କ ପରି ସ୍ବାମୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରି ଦର୍ଶକ ତାଙ୍କୁ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe