ରଣବୀରଙ୍କ ନଗ୍ନ ଫଟୋସୁଟ୍‌କୁ ନେଇ ପତ୍ନୀ ଦୀପିକାଙ୍କ ପ୍ରତିକ୍ରିୟା କ’ଣ ଜାଣନ୍ତି?

Advertisment
ରଣବୀରଙ୍କ ନଗ୍ନ ଫଟୋସୁଟ୍‌କୁ ନେଇ ପତ୍ନୀ ଦୀପିକାଙ୍କ ପ୍ରତିକ୍ରିୟା କ’ଣ ଜାଣନ୍ତି?

ଇଣ୍ଡିଆଟୁଟେ

ମୁମ୍ବାଇ: ଲୋକପ୍ରିୟ ଫେସନ୍‌ ପତ୍ରିକା ‘ପେପର୍‌ ମାଗାଜିନ୍‌’ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନ୍ୟୁଡ୍‌(ନଗ୍ନ) ଫଟୋସୁଟ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରଣବୀରଙ୍କ ଏହି ନଗ୍ନ ଫଟୋସୁଟ୍‌ ବିଶେଷ କରି ଟ୍ବିଟର୍‌ରେ ଖୁବ୍‌ ଜୋର୍‌ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ଏହି ଫଟୋକୁ ବ୍ୟବହାର କରି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଅନେକ ମିମ୍‌ ବନାଉଥିବାର ଦେଖିବାକୁ ମିଳିଛି। ତେବେ ଆପଣ ଜାଣନ୍ତି କି ରଣବୀରଙ୍କର ଏହି ଫଟୋସୁଟ୍‌କୁ ନେଇ ତାଙ୍କ ପତ୍ନୀ ଦୀପିକାଙ୍କ ପ୍ରତିକ୍ରିୟା କ’ଣ?

ବି‌ଶେଷ ସୂତ୍ରରୁ ରଣବୀରଙ୍କ ଏହି ଫଟୋସୁଟ୍‌ ପଛର ତଥ୍ୟ ମଧ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ରଣବୀର ଏହି ସୁଟ୍‌ ପାଇଁ ଅନେକ ଦିନ ତଳୁ ପ୍ରସ୍ତୁତ ଥିଲେ। ତାଙ୍କ ପତ୍ନୀ ଦୀପିକା ତାଙ୍କୁ ଏହି ଫଟୋସୁଟ୍‌ ପାଇଁ ଉତ୍ସାହିତ କରିବା ସହ ସୁଟ୍‌ ସମୟରେ ରଣବୀରଙ୍କ ସହ ଉପସ୍ଥିତ ଥିଲେ। କେବଳ ସେତିକି ନୁହେଁ, ରଣବୀରଙ୍କ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ ହେବା ପୂର୍ବରୁ ଏହାକୁ ପ୍ରଥମେ ଦୀପିକା ଦେଖିଥିଲେ। ଆପଣ ଜାଣନ୍ତି ଯେ, ରଣବୀରଙ୍କୁ ତାଙ୍କର ସମସ୍ତ କାର୍ଯ୍ୟରେ ତାଙ୍କ ପତ୍ନୀ ତାଙ୍କୁ ସମର୍ଥନ ଦେଇ ଆସିଛନ୍ତି। ଏହି ଫଟୋସୁଟ୍‌ ବି ସେ ଦୀପିକାଙ୍କ ଅନୁମତି ନେଇ କରିଥିଲେ। ମୋଟାମୋଟି କହିବାକୁ ଗଲେ ରଣବୀରଙ୍କ ଏହି ନଗ୍ନ ଫଟୋସୁଟ୍‌କୁ ନେଇ ଦୀପିକାଙ୍କର କୌଣସି ଅପତ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, ସଦାବେଳେ କିଛି ନା କିଛି ନିଆରା କାର୍ଯ୍ୟ କରୁଥିବା ଏହି ଅଭିନେତା ଜଣକ ନିକଟରେ ସେ କରିଥିବା ନ୍ୟୁଡ୍‌(ନଗ୍ନ) ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରଣବୀର ଫଟୋସୁଟ୍‌ରେ କେବଳ ମାତ୍ର ଗୋଟିଏ ଅନ୍ତର୍ବସ୍ତ୍ର ପରିଧାନ କରିଛନ୍ତି, ମାତ୍ର ତାହା ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେଉନାହିଁ। ରଣବୀରଙ୍କ ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଖୁବ୍‌ ମଜା ମଜା କମେଣ୍ଟ୍‌ ସବୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe